ରାଜ୍ୟକୁ ୧୯୨ ଲକ୍ଷ ଟିକା ପଠାଇବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆସନ୍ତା ୧୫ ଦିନ ମଧ୍ୟରେ ରାଜ୍ୟକୁ ୧୯୨ ଲକ୍ଷ ଟୀକା ର ଡୋଜ ପଠାଇବେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶିତ ତଥ୍ୟ ଅନୁସାରେ ଟୀକାର ଏହି ଡୋଜ ୧୬ ମଇ ରୁ ୩୧ ମଧ୍ୟରେ ପଠାଯିବ । ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ପଠାଇଥିବା ଥିବା ୧୯୨ ଲକ୍ଷ ଟୀକାର ଡୋଜ ମଧ୍ୟରୁ ୧୬୨.୫ ଲକ୍ଷ ଡୋଜ କୋଭିସିଲ୍ଡ ରହିଥିବା ବେଳେ ୨୯.୪୯ ଲକ୍ଷ ଡୋଜ କୋଭାକ୍ସିନ ଅନ୍ତର୍ଭୁକ୍ତ । ଏହି ସମସ୍ତ ଡୋଜ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ବିନା ଦେୟରେ ପଠାଯିବ । ମନ୍ତ୍ରଣାଳୟ ଅନୁସାରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ଏବେ ସୁଦ୍ଧା ୧୮ କୋଟି ଟୀକାର ଡୋଜ ନିଃଶୁଳ୍କ ପଠାଇସାରିଲେଣି । ଭାରତରେ ୧୧୪ ଦିନ ଭିତରେ ୧୭ କୋଟି ଲୋକଙ୍କୁ ଟୀକା ଦିଆସରିଛି । ଯାହାକି ଆମେରିକାରେ ଏତେ ପରିମାଣରେ ଟୀକା ଲଗାଇବା ପାଇଁ ୧୧୫ ଦିନ ଲାଗିଥିଲା ଏବଂ ଚୀନରେ ୧୧୯ ଦିନ ରେ ଏତେ ସଂଖ୍ୟକ ଟୀକା ଲଗାଯାଇଥିଲା ।

Leave A Reply

Your email address will not be published.

4 + eighteen =