ଭୁବନେଶ୍ୱର: ଉହାମାରୀ କରୋନା ଭୂତାଣୁର ଦ୍ୱତୀୟ ଲହର ଲକ୍ଷଣ ତଥା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏପରିକି କିଛି ସହର ବା ଯାଗା ମାନଙ୍କରେ ଏହା ବେକାବୁ ଅବସ୍ଥାରେ ରହିଛି, ସେଥିପାଇଁ ସ୍ଥାନୀୟ ପ୍ରଶାସନ ତଥା ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କର ଚିନ୍ତା ବହୁଗୁଣିତ ବଢିଯାଉଥିବା ସୂଚନା ମିଳୁଛି । ଏହାରି ଭିତରେ ଦେଶ ତଥା ରାଜ୍ୟର ସମସ୍ତ ଜିଲ୍ଲା ମାନଙ୍କରେ ବସବାସ କରି ରହିଥିବା ଜନସାଧାରଣଙ୍କୁ ପ୍ରତିଷେଧକ ଟୀକା ଦେଇ ଜୀବାଣୁ ସଂକ୍ରମଣର ପ୍ରତିରୋଧ କ୍ଷମତା ବଢାଇବା ପାଇଁ ଚେଷ୍ଟା ଚଳାଇ ଆସୁଛନ୍ତି ରାଜ୍ୟ ସରକାର । ସେଥିପାଇଁ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ କିଛି ଅସ୍ଥାୟୀ କେନ୍ଦ୍ର ଖୋଲାଯାଇ ସାଧାରଣ ଜନତାଙ୍କୁ ଉକ୍ତ ଟୀକା ଦେବା ବ୍ୟବସ୍ଥା କରୁଛନ୍ତି । କିନ୍ତୁ ଦୁଃଖର ବିଷୟ ଏହି ମହାମାରୀ କରୋନା ଭୂତାଣୂ ସଂକ୍ରମଣ ଠାରୁ ଦୂରେଇ ରହିବା ପାଇଁ ସରକାରୀ ସ୍ତରରେ ଲଗାଯାଇଥିବା କଡା ନିୟମକୁ କିଛି ଅମାନିଆ ଲୋକ ମାନୁନଥୁବାରୁ ଏହା ଧିରେ ଧିରେ ସହରରୁ ଗାଁ ମୁହାଁ ହୋବକୁ ଯାଉଛି ବୋଲି ଗାମାଚଂଳର ଲୋକମାନେ ଅନୁଭବ କଲେଣି । କାରଣ ବର୍ତମାନ ସ୍ଥିତିରେ ଆଗ ଅପେକ୍ଷା ଗ୍ରାମାଚଂଳ ମାନଙ୍କରେ କିଛି କିଛି ଲୋକ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ସ୍ଥାନୀୟ ଚକିତ୍ସା କେନ୍ଦ୍ର ମାନଙ୍କରେ ଚିକିତ୍ସିତ ହେଉଥିବା ଖବର ସେହି ଅଂଚଳର ଲୋକମାନଙ୍କ ଠାରୁ ମିଳୁଛି । ଏହି ଭୂତାଣୁ ପୂର୍ବରୁ ବୟଷ୍କ ଲୋକମାନଙ୍କୁ ଆକ୍ରମଣ କରି ଆସୁଥିବା ବେଳେ ଏହା ବର୍ତମାନ ଯୁବ ପଢିଙ୍କୁ ଆଙ୍କ୍ରାନ୍ତ କରିବାକୁ ଯାଉଛି । ଯାହାଦ୍ୱାରା ଲକ୍ଷାଧିକ ଯୁବପିଢି ଇତିମଧ୍ୟରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ଖବର ରାଜ୍ୟ ସରକାରଙ୍କ ନିକଟରୁ ଖବର ମିଳୁଛି । ଏହାର ମୂଖ୍ୟ କାରଣ ହେଉଛି ସାଧାରଣ ଜନତା ସାମାଜିକ ଦୂରତା ସହିତ ସଂଗରୋଧ ଆଦି ନିୟମକୁ ପାଳନ କରୁନଥିବା ସହିତ ଅମାନିଆ ହୋଇ ଅଯଥାରେ ବୁଲିବା ଏପରିକି କିଛି ସଂକ୍ରମିତ ଲୋକ ନିଜକୁ ଲୁଚାଇ ରଖି ଅନ୍ୟ ମାନଙ୍କୁ ସଂକ୍ରମିତ କରିବାରେ ସହାୟକ ହେବା ଆଦି ବିଷୟକୁ ଏଡାଇ ଦିଆ ନଯାଇ ପାରେ ବୋଲି ଜନସାଧାରଣ ଆଲୋଚନା କରୁଛନ୍ତି । ଯେଉଁଥିପାଇଁ ସରକାରଙ୍କ ନୂତନ ନିୟମ ଅନୁଯାୟୀ ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଜାରିଛନ୍ତି ବୋଲି ସୂଚନା ମିଳିଛି । ଏହି ନିର୍ଦ୍ଦେଶ ଅନୁଯାୟୀ ଏଣିକି ଶିଶୁ ମୁଁହରେ ପିନ୍ଧିବେ ମାସ୍କ ।