ଅକ୍ଷୟ ତୃତୀୟାରେ ସୁନାଗହଣା କାରବାର ଠପ୍

ନବରଙ୍ଗପୁର: ଗତ ତିନିବର୍ଷ ଧରି ଅକ୍ଷୟ ତୃତୀୟାରେ ଜିଲ୍ଲାରେ ସୁନାଗହଣା କାରବାର ଠପ ହୋଇଯାଇଛି । ୨୦୧୯ରେ ବାତ୍ୟା ପାଇଁ ଗହଣା କାରବାର ମାନ୍ଦା ପଡିଥିବା ବେଳେ ୨୦୨୦ ଓ ୨୦୨୧ ରେ କରୋନା ଲକଡାଉନ ପାଇଁ ଅକ୍ଷୟା ତୃତୀୟାରେ ସୁନାଗହଣା ବ୍ୟବସାୟକୁ ସମ୍ପୁର୍ଣ୍ଣ ଠପ କରିଛି । ପବିତ୍ର ଅକ୍ଷୟ ତୃତୀୟା ଶୁଭଦିନରେ ସୁନା ଅଳଙ୍କାର କିଣି ଘରେ ରଖିଲେ ଧନପ୍ରାପ୍ତି ହୋଇଥାଏ ବୋଲି କାହିଁ କୋଉକାଳରୁ ପରମ୍ପରା ରହିଛି ମନରେ । ଜିଲ୍ଲାରେ ଛୋଟ ବଡ ହୋଇ ୧୮ରୁ ୨୦ଟି ସୁନା ରୂପା ଗହଣା ଦୋକାନ ପଡେ ଓ ବାହାଘର ମଧ୍ୟ ଅଧିକ ହୁଏ । ନୁଆପାଞ୍ଜି ଚଳିବା ପରେ ଏପ୍ରିଲ ରୁ ଜୁଲାଇ ମଧ୍ୟରେ ଅଧିକାଂଶ ବାହାଘର ତିଥି ସହିତ ଏଣୁ ସୁନା,ରୂପା ଅଳଙ୍କାର ବ୍ୟବସାୟୀ ମାନେ ବର୍ଷରେ ଦୀପାବଳିର ଧନତରାସ ଓ ଅକ୍ଷୟ ତୃତୀୟା ଭଳି ଶୁଭଦିନକୁ ଅପେକ୍ଷା କରିଥାନ୍ତି ଭଲ ଦୁଇ ପଇସା ରୋଜଗାର ପାଇଁ । ଏହି ସମୟରେ ସୁନାଗହଣା କାରବାର ମଧ୍ୟ ଭଲ ହେଉଥିାବରୁ ଗହଣା ବ୍ୟବସାୟୀମାନେ ନିଜ ଦୋକାନରେ ବିଭିନ୍ନ ଡିଜାଇନର ସୁନା ଗହଣା ଗଚ୍ଛିତ ରଖିଥାନ୍ତି । କିନ୍ତୁ ଚଳିତ ବର୍ଷ ମହାମାରୀ ଛଡାଇ ନେଇଛି ନବରଙ୍ଗପୁର ଜିଲ୍ଲାର ସୁନାବ୍ୟବସାୟୀ ଙ୍କ ବ୍ୟବସାୟ । ଅକ୍ଷୟ ତୃତୀୟାରେ ନବରଙ୍ଗପୁର ଜିଲ୍ଲାରେ ଦୁଇ କୋଟିର ସୁନାଗହଣା କାରବାର ହେଉଥିବା ବେଳେ ତାହା ସମ୍ପୁର୍ଣ୍ଣ ଶୁନ୍ ହୋଇଯାଇଥିବା ଏବଂ ବ୍ୟବସାୟୀ ମାନେ କ୍ଷତି ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

14 + four =