ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ମହାରାଷ୍ଟ୍ରକୁ ପଠାଗଲା ଅମ୍ଲଜାନ

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ ସମୟରେ ରେଲୱେ ପ୍ରଶାସନିକ କରୋନା କାଳରେ ଅମ୍ଲଜାନ ସଂକଟ ଦେଖାଦେଇଛି । ଏହାକୁ ଭରଣା କରିବା ଲାଗି ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ୪ଟି ରେଲୱେ ଯୋଗେ ୩ଟି ରାଜ୍ୟକୁ ୩୫୩ ଟନ୍ ଓଜନର ତୈଳ ଅମ୍ଲଜାନ ବ୍ୟାଙ୍କର ପଠାଯାଇଥିବା ଖୋର୍ଦ୍ଧାରୋଡ଼ ରେଲୱେ ମଣ୍ଡଳ ପ୍ରଶାସନ ସୂଚନା ଦେଇଛି । ଖୋର୍ଦ୍ଧାରୋଡ଼ ରେଲୱେ ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ରେଲୱେ ସାଇଡିଂରୁ ଅମ୍ଲଜାନ ଟ୍ୟାଙ୍କର ପଠାଯାଇଛି । ୧୨ ଟ୍ୟାଙ୍କରେ ଦିଲ୍ଲୀ ଓ ବେଙ୍ଗାଲୁରକୁ ୨୩୯ ଟନ୍ ଏବଂ ମହାରାଷ୍ଟ୍ରକୁ ୮ଟି ଟ୍ୟାଙ୍କରରେ ୧୧୪ ଟନ୍ ଓଜନର ତୈଳ ଅମ୍ଲଜାନ ପଠାଯାଇଥିବା ଖୋର୍ଦ୍ଧାରୋଡ଼ ରେଲୱେ ଲୋକସଂପର୍କ ବିଭାଗ ସୂଚନା ଦେଇଛି । କରୋନାର ୨ୟ ଲହରରେ କରୋନା ସଂକ୍ରମିତଙ୍କ ମୂଲ୍ୟବାନ ଜୀବନ ବଂଚାଇବା ପାଇଁ ବିଭିନ୍ନ ରାଜ୍ୟରେ ଅମ୍ଲଜାନ ପହଂଚାଇବାକୁ ଖୋର୍ଦ୍ଧାରୋଡ଼ ରେଲୱେ ମଣ୍ଡଳର ପ୍ରବନ୍ଧକ ଶଶୀକାନ୍ତ ସିଂହ ପ୍ରାଥମିକତା ଦେବାକୁ ରେଲୱେ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ରେଲୱେ ପ୍ରଶାସନ ସୂଚନା ଦେଇଛି ।

Leave A Reply

Your email address will not be published.

one × three =