ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଆଜି ଫିଲ୍ମ ଓ ଟିଭି ସରିଏଲ ସୁଟିଂ ଉପରେ କଟକଣା ଜାରୀ କରିଛନ୍ତି । ଉଭୟ ଇନ୍ଡୋର ଓ ଆଇଟଡୋର ସୁଟିଂକୁ ବନ୍ଦ କରିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ସାନି ନିର୍ଦ୍ଦେଶ ଜାରି କରିଛନ୍ତି । ପୂର୍ବରୁ ଜାରି ହୋଇଥିବା କଟକଣାରେ ସଂଶୋଧନ କରାଯାଇ ଏହି ନୂଆ ନିୟମକୁ ଯୋଡା ଯାଇଛି । ସୁଟିଂ ବନ୍ଦ ହେଲେ ଆପଣଙ୍କୁ ଆଉ ନୂଆ ଏପିସୋଡ୍ ଦେଖିବାକୁ ମିଳିନପାରେ । ବରଂ ରିପିଟ୍ ଟେଲିକାଷ୍ଟରେ ସନ୍ତୁଷ୍ଟ ହେବାକୁ ପଡିବ ବୋଲି ଅନୁମାନ କରାଯାଉଛି । ଦିନକୁ ଦିନ କରୋନା ସଂକ୍ରମଣ ଭୟଙ୍କର ବେଗରେ ବ୍ୟାପିଚାଲିଥିବା ବେଳେ ସଂକ୍ରମଣର ଚେନ୍କୁ ଭାଙ୍ଗିବା ପାଇଁ ସରକାର ଏଭଳି ନିଷ୍ପତି ଗ୍ରହଣ କରିଛନ୍ତି ।