ନୂଆଦିଲ୍ଲୀ: କରୋନା ସଂକ୍ରମରକୁ ଦୃଷ୍ଟିରେ ରଖି ଦିଲ୍ଲୀ ଓ ହରିଆନା ସରକାର ଆଜି ଆଉ ସପ୍ତାହକ ପାଇଁ ଲକ୍ଡାଉନ୍ ବୃଦ୍ଧି କରିଛନ୍ତି । ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବା ସତ୍ୱେ ଦିଲ୍ଲୀ ସରକାର ଆଜି ପୁଣି ସପ୍ତାହକ ପାଇଁ ଲକ୍ଡାଉନ୍ ବୃଦ୍ଧି କରିଛନ୍ତି । ସଂକ୍ରମଣ ହାର ୫% ତଳକୁ ଆସି ନ ଥିବାରୁ ଏଭଳି ନିଷ୍ପତି ନିଆଯାଇ ମେ ୨୪ ତାରିଖ ନର୍ଯ୍ୟନ୍ତ ଉପରୋକ୍ତ ଆଦେଶଡ ଜାରି କରାଯାଇଛି ।
ଲକ୍ଡାଉନ୍ ଘୋଷଣା କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଲେ, ଦିଲ୍ଳୀରେ ଆମେ ଆଉ ସପ୍ତାହକ ପାଇଁ ଲକ୍ଡାଉନ୍ ବୃଦ୍ଧି କରୁଛୁ । ଲକ୍ଡାଉନ୍ ହେତୁ ପରିସ୍ଥିତି ଅନେକ ସୁଧୁରି ଯାଇଛି । କରୋନା ସଂକ୍ରମଣ ହାର କମି ଚାଲିଛି । କଟକଣା କୋହଳ କରି ସଂଗ୍ରାମରେ ମିଳିଥିବା ସୁଫଳ ହରାଇବା ଆଶଙ୍କା ଥିବାରୁ ଲକ୍ଡାଉନ୍ ପରିବର୍ଦ୍ଧିତ କରାଯାଇଛି ।
ଏପ୍ରିଲ୍ ୧୯ରେ ଜାରି ହୋଇଥିବା ଏହି ଲକ୍ଡାଉନ୍ ଆସନ୍ତାକାଲି ସନ୍ଧ୍ୟା ୫ଟାରେ ଶେଷ ହୋଇଥାଆନ୍ତା, କିନ୍ତୁ ତାହା ମେ ୨୪ ତାରିଖ ସକାଳ ୫ଟା ଯାଏଁ ବଳବତର ରହିବ । ଗତ ସପ୍ତାହରେ ବନ୍ଦ କରାଯାଇଥିବା ମେଟ୍ରୋ ସେବା ସହ ଅନ୍ୟାନ୍ୟ ସମସ୍ତ କଟକଣା ପୂର୍ବବତ୍ ରହିବ ।
ଗତ ଅଳ୍ପ କିଛି ଦିନ ହେବ ଦିଲ୍ଲୀରେ ନୂତନ ସଂକ୍ରମଣ ଓ ପଜିଟିଭ୍ ହାର ହ୍ରାସ ପାଇ ଚାଲିଛି । ଶନିବାର ସୁଦ୍ଧା ଜାତୀୟ ରାଜଧାନୀରେ ପଜିଟିଭ୍ ହାର ୧୧%କୁ ଖ୍ସି ଯାଇଥିôଲା ।