ଆବଶ୍ୟକତା ଅନୁଯାୟୀ ଟିକା ଯୋଗାଇ ଦିଆଯାଉ

କଟକ: କୋଭିଡ-୧୯ ଟୀକା ପ୍ରଦାନ ସରାକାରଙ୍କ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ସ୍ୱାସ୍ଥ୍ୟକେନ୍ଦ୍ର ବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଜରିଆରେ ପ୍ରତ୍ୟେକ ସାଧାରଣ ଜନତା,ଯାହାଙ୍କ ବୟସ ୪୫ବର୍ଷରୁ ଉର୍ଦ୍ଦ ସେମାନଙ୍କୁ ତୁରନ୍ତ ଯୋଗାଇ ଦେବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରି ଆସୁଛନ୍ତି । ଏହି ଟୀକା ଗ୍ରହଣକାରୀଙ୍କୁ ବିନା ବାଧାରେ ଟୀକା ନେବା ପାଇଁ ଅନଲାଇନ ମାଧ୍ୟମରେ ପଂଜିକୃତ କରିବାର ବ୍ୟବସ୍ଥା କରାଯାଇଛି, ଯାହାଫଳରେ ଜଣେ ହିତାଧିକାରୀ ଯେପରି ଟୀକା କେନ୍ଦ୍ରକୁ ଯାଇ ନଫେରନ୍ତି ସେଥି ସକାଶେ ଆଗୁଆ ଟୋକନ ହସ୍ତଗତ କରିବାକୁ କୁହାଯାଇଛି । ଏହାଦ୍ୱାରା ଶୃଙ୍ଖଳିତ ଭାବରେ ସମସ୍ତ ଜନସାଧାରଣ ଟୀକା ନେବା ପାଇଁ ସୁବିଧା ହୋଇପାରିବ । ଏସବୁ ବ୍ୟବସ୍ଥା ଥାଇ ମଧ୍ୟ ଆମ ସମାଜର କିଛି ଅମାନିଆ ଲୋକ ନିଜକୁ ଅଧିକ ସୁରକ୍ଷିତ ରହିବାକୁ ଚେଷ୍ଠା କରି ଟୀକା ଦିଆଯାଇଥିବା କେନ୍ଦ୍ର ମାନଙ୍କରେ ଭିଡ ଜମାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ଯେଉଁଥିପାଇଁ ବେଳେବେଳେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଥିବା ନଜରକୁ ଆସୁଛି । ଏପରି ସ୍ଥିତିରେ ରାଜ୍ୟ ସରକାର ସ୍ଥାନୀୟ ଲୋକ ସଂଖ୍ୟା ତଥା ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଅଙ୍ଗନବାଡି କର୍ମିର୍ ମାନଙ୍କ ଦ୍ୱାରା ଏହି ଟୀକା ପ୍ରଦାନ କରାଗଲେ ହୁଏତ ସାଧାରଣ ଜନତା ଅଯଥା ଧାଁଧଉଡ ବା ଠେଲାପେଲା ରୁ ମୁକ୍ତି ପାଇବା ପାରନ୍ତୋ ଏହାଦ୍ୱାରା ବହୁ ବୃଦ୍ଧ, ବୁଢା,ବୁଢି ସହିତ ଶାରୀରିକ ଅକ୍ଷମ ବ୍ୟକ୍ତି ଉପକୃତ ହୋଇପାରନ୍ତେ । ଏଣୁ ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସୀମା ଓ ଜନ ସଂଖ୍ୟା ଅନୁଯାୟୀ ପର୍ଯ୍ୟାୟକ୍ରମେ ସରକାରଙ୍କ ପକ୍ଷରୁ ଟୀକା ଯୋଗାଇ ଦେବା ସହିତ ତାହାକୁ ସ୍ଥାନୀୟ ଲୋକମାନଙ୍କୁ ପ୍ରଦାନ କରାଗଲେ ଏହା ଯଥେଷ୍ଠ ଶୃଙ୍ଖଳିତ ହୋଇପାରନ୍ତା ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.

2 × 3 =