ବରିଷ୍ଠ ନାଗରିକଙ୍କ ଘରୁ ନମୂନା ସଂଗ୍ରହ କଲା ବିଏମସି

ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କ ଘରୁ ବିଏମସି ଆଜିଠାରୁ ନମୂନା ସଂଗ୍ରହ କରିଛି । ଏହାସହ ଏକାକି ରହୁଥିବା ବରିଷ୍ଠ ନାଗରିକଙ୍କୁ ଟିକାଦେବା ଲାଗି ବିଏମସି ନେବା ଆଣିବା କରିବ । କରୋନା ସମୟରେ ସମସ୍ୟାର ସମ୍ମୁଖୀନ ହେଉଥିବା ବରିଷ୍ଠ ନାଗରିକଙ୍କ ପାଇଁ ନୂତନ ବ୍ୟବସ୍ଥା କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଭୁବନେଶ୍ୱର ଅଂଚଳରେ ସଂକ୍ରମିତ ହୋଇଥିବା ସନ୍ଦେହ କରୁଥିବା ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ସାମ୍ପୁଲ ସଂଗ୍ରହ କରାଯିବ । ଲକ୍ଷଣ ଥିବା ବରିଷ୍ଠ ନାଗରିକ ୧୯୨୯କୁ ଫୋନ୍ କରି ନିଜର ନାଁ ଏବଂ ଘର ଠିକଣା ଦେବେ ।

Leave A Reply

Your email address will not be published.

four × 5 =