ଭୁବନେଶ୍ୱରରେ ବରିଷ୍ଠ ନାଗରିକଙ୍କ ଟିକାକରଣ ପାଇଁ ନୂଆ ବ୍ୟବସ୍ଥା

ଭୁବନେଶ୍ୱର: କରୋନା ଟେଷ୍ଟ ତଥା ଟିକାକରଣ ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ ଅଂଚଳର ବରିଷ୍ଠ ନାଗରିକମାନଙ୍କ ପାଇଁ କରାଯାଇଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଆଜି ଠାରୁ କାର୍ଯ୍ୟକାରୀ ହେବ । ବିଏମ୍‌ସି ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ବ୍ୟବସ୍ଥା ଅନୁସାରେ ଯେଉଁ ବରିଷ୍ଠ ନାଗରିକମାନେ ଏକୁଟିଆ ରହୁଛନ୍ତି ବା ବାହାରକୁ ଆସିବାକୁ ଅକ୍ଷମ, ସେମାନେ କରୋନା ଟେଷ୍ଟି ବା ଟିକା ନେବା ପାଇଁ ୧୯୨୯କୁ ଫୋନ୍ କରିପାରିବେ । ଏହି ନମ୍ବରକୁ ଫୋନ କଲେ ବିଏମ୍‌ସିର ଏକ ଟିମ୍ ଯାଇ ସେମାନଙ୍କ ଠାରୁ ନମୂନ ସଂଗ୍ରହ କରିବ । ସେହିପରି ବରିଷ୍ଠ ନାଗରିକମାନଙ୍କୁ ଟିକାକରଣ କେନ୍ଦ୍ରକୁ ନେବା ପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା ହୋଇଛି । ବିଏମସିର ଏହି ଗାଡ଼ି ବରିଷ୍ଠ ନାଗରିକମାନଙ୍କୁ ଘରୁ ଟିକାକରର କେନ୍ଦ୍ର ପର୍ଯ୍ୟନ୍ତ ନେଇଯିବ ଓ ସେମାନେ ଟିକା ନେବା ପରେ ପୁଣି ଘରେ ଆଣି ଛାଡିଦେବ । ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଆଜିଠୁ ଆରମ୍ଭ ହେଉଛି ‘ଭ୍ୟାକସିନେସ୍ ଆଟ୍ ଡୋର୍‌’ ବ୍ୟବସ୍ଥା । ୭୦ ବର୍ଷରୁ ଅଧିକ ବୟସ୍କ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ପାଇଁ ଆରମ୍ଭ ହେଉଛି ଏହି ବ୍ୟବସ୍ଥା ଫୋନ୍ କଲେ ଘର ପାଖରେ ଯାଇ ପହଂଚିବ ଟିକା ଭ୍ୟାନ୍ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହାକୁ ଆରମ୍ଭ କରାଯାଇଛି । ସକାଳ ୮ଟାରୁ ଦିନ ୧୨ଟା ଭିତରେ ୭୩୨୮୦-୯୯୩୨୪ ନମ୍ବରକୁ ଫୋନ୍ କରି ଟିକା ପାଇଁ ବୁକିଂ କରିହେବ । ବୁକିଂ ପାଇଁ ନାଁ, ଘର ଠିକଣା ଓ ବୟସ ସହ ଟିକା ନେବାକୁ ଆବଶ୍ୟକ ଥିବା ସମସ୍ତ ତଥ୍ୟ ଦେବାକୁ ପଡିବ । ବୁକିଂର ପରଦିନ ଘର ପାକରେ ଯାଇ ଟିକା ଭ୍ୟାନ୍ ପହଂଚିବ । ପ୍ରତିଦିନ ଏହି ବ୍ୟବସ୍ଥାରେ ୧୦୦ ଲୋକଙ୍କୁ ଟିକା ଦିଆଯିବାକୁ ଟାର୍ଗେଟ ରଖାଯାଇଛି । ଟିକାକରଣ କେନ୍ଦ୍ରରେ ଭିଡ ଏଡାଇବା ସହ ଦିବ୍ୟାଙ୍ଗ ଓ ବୃଦ୍ଧବୃଦ୍ଧାଙ୍କ ପାଇଁ ଟିକାକରଣକୁ ସହଜ କରିବାକୁ ଏପରି ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.

seven + 10 =