ଦେଶରେ ୩ଲକ୍ଷ ତଳକୁ ଖସିଲା ସଂକ୍ରମଣ : ୪,୧୦୬ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଦୀର୍ଘ ୨୬ ଦିନ ପରେ ୩ଲକ୍ଷ ତଳକୁ ହ୍ରାସ ପାଇଛି । ଆଜି ଦେଶରେ ଦିନକରେ ୨,୮୧,୩୮୬ କରୋନା ସଂକ୍ରମିତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ଏପ୍ରିଲ ମାସ ୨୨ତାରିଖ ଦିନ ପ୍ରଥମ ଥର ପାଇଁ ଦେଶରେ ସଂକ୍ରମଣ ୩ଲକ୍ଷ ଅତିକ୍ରମ କରିଥିଲା । ଆଜି ପ୍ରଥମ ଥର ପାଇଁ ୩ଲକ୍ଷ ତଳକୁ ହ୍ରାସ ପାଇଛି । ତେବେ କରୋନାର ଦ୍ୱିତୀୟ ଲହର ଶିଖରରେ ପହଞ୍ଚିଛି କି ନାହିଁ ସେ ନେଇ ବିଶାରଦ ମାନେ ଭିନ୍ନ ମତ ପୋଷଣ କରିଥିବା ବେଳେ ଗତ ଏକ ସପ୍ତାହ ଧରି ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି । ଅନ୍ୟପକ୍ଷରେ ଦେଶରେ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଜି ଦିନକରେ ୪,୧୦୬ ମୃତ୍ୟୁ ଘଟିଛି । ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୯,୬୫,୪୬୩କୁ ବୃଦ୍ଧି ପାଇଥିଲା ବେଳେ ମୃତ୍ୟୁ ସଂଖ୍ୟା ୨,୭୪,୩୯୦ରେ ପହଞ୍ଚିଛି ।
ସେହିଭଳି ଦିନକ ମଧ୍ୟରେ ୩,୭୮,୭୪୧ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୨,୧୧,୭୪,୦୭୬ରେ ପହଞ୍ଚିଛି । ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୫,୧୬,୯୯୭ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୮,୨୯,୨୬,୪୬୦ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍‌ଆର୍‌’ କହିବା ଅନୁସାରେ, ଏହି ସଂକ୍ରମଣ ଜନିତ ରୋଗ ଚିହ୍ନଟ ପାଇଁ ମେ ୧୬ ତାରିଖ ସୁଦ୍ଧା ସମୁଦାୟ ୩୧,୬୪,୨୩,୬୫୮ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୫,୭୩,୫୧୫ ଟି ନମୁନା ।

Leave A Reply

Your email address will not be published.

18 − seventeen =