ଗରିବ ପରିବାରକୁ ମାସିକ ୬ହଜାର ଟଙ୍କା ଦିଆଯାଉ : କଂଗ୍ରେସ

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରାଜ୍ୟ କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ଭର୍ଚୁଆଲ ବୈଠକରେ କରୋନା ବିପତି ସମୟରେ ରୋଜଗାରହୀନ ଗରୀବ ଓ ସ୍ୱଳ୍ପ ଆୟକାରୀ ପରିବାରକୁ ମାସିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ରାଜ୍ୟ ସରକାର ପ୍ରଦାନ କରନ୍ତୁ ବୋଲି ଏକ ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହୋଇଯାଇଛି । ଏହାସହନବୀନ ସରକାରଙ୍କ ରାଜ୍ୟବାସୀଙ୍କ ଅବଗତି ନିମନ୍ତେ କୋଭିଡ ମହାମାରୀ ପରିଚାଳନା, ଟୀକାକରଣ ସଂକ୍ରାନ୍ତ ସମସ୍ତ ପ୍ରସଙ୍ଗରେ ଏକ ଶ୍ୱେତପତ୍ର ପ୍ରକାଶ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରାଯାଇଛି । ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ସାଂସଦ ଡ. ଏ ଚେଲାକୁମାର ଓ ସହ ପ୍ରଭାରୀ ତଥା ଏଆଇସିସି ସଂପାଦକ ରୁଦ୍ର ରାଜୁଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ସଂପ୍ରତି କରୋନା ସ୍ଥିତି ଓ ସାଂଗଠନିକ କାର୍ଯ୍ୟକଳାପ ସମୀକ୍ଷା ପୂର୍ବକ କରୋନା ଦାଉରୁ ଓଡ଼ିଶା ବାସୀଙ୍କୁ ରକ୍ଷା କରିବା କ୍ଷେତ୍ରରେ କଂଗ୍ରେସର ପ୍ରମୁଖ ଭୂମିକା ନିର୍ବାହ କରିବା ଅପରିହାର୍ଯ୍ୟ ବୋଲି ନେତୃମଣ୍ଡଳି ମତ ରଖିଥିଲେ । ବିଧାୟକ ଯେଉଁମାନେ ବର୍ତମାନ ସୁଦ୍ଧା ଆଂଚଳିକ ବିଧାୟକ ପାଣ୍ଠିରୁ ଆମ୍ବୁଲାନ୍ସ ସେବାରେ ସାମିଲ ହୋଇ ନାହାଁନ୍ତି ସେ ସମସ୍ତ ବିଧାୟକ ମାନଙ୍କୁ ଏହି ପାଣ୍ଠିରୁ ଜନସାଧାରଣଙ୍କ ଏହି ସେବା ଯୋଗାଇ ଦେବାକୁ ପିସିସି ତରଫରୁ ପରାମର୍ଶ ଦିଆଯାଇଛି ।ଯୁଦ୍ଧକାଳୀନ ଭିତରେ ଟୀକା, କୋଭିଡ ପ୍ରତିଷେଧକ ଔଷଧ, ଇଂଜେକସନ ଓ ଭେଂଟିଲେଟର ଆଦି ଓଡ଼ିଶାକୁ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଠାରେ ଦାବୀ କରାଯାଇଛି । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଅନ୍ଧକାରରେ ନ ରଖି କେଉଁ ୨ ମାସର କେତେ କେତେ ପରିମାଣର ଟୀକା ପ୍ରଦାନ କରାଯିବ ଓ କେବେ ସୁଦ୍ଧା ୧୮ରୁ ୪୪ ବର୍ଷର ଯୁବଶ୍ରେଣୀକୁ ଟୀକାକରଣ କରାଯିବ ତାହାର ଏକ ବିସ୍ତୃତ ସୂଚୀ ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଛି । ଅକ୍ଷୟତୃତୀୟ ଠାରୁ ରାଜ୍ୟରେ ଚାଷକାର୍ଯ୍ୟ ଆରମ୍ଭ କରାଯାଇଥିବା ହେତୁ ଓଡ଼ିଶାରେ ଆବଶ୍ୟକ ହେଉଥିବା ସମୁଦାୟ ୭ଲକ୍ଷ କ୍ୟୁଂଟାଲ ଧାନ ଓ ଅଣଧାନ ପ୍ରାମାଣିକ ବିହନ ଯୋଗାନ୍ତୁଚ । ଦୁଗ୍ଧ ଚାଷୀଙ୍କ ପ୍ରତି ଉଚିତ ନ୍ୟାୟ ପ୍ରଦାନ କରିବା ନିମନ୍ତେ ପୂର୍ବରୁ ସଂଗ୍ରହ ହେଉଥିବା ୫.୫ ଲକ୍ଷ ଲିଟର ଦୁଗ୍ଧ ଓମଫେଡ଼ ସଂସ୍ଥା ନିୟମିତ ତଥା ନିଶ୍ଚିତ ଭାବେ ସଂଗ୍ରହ କରନ୍ତୁ । ପାନଚାଷୀଙ୍କ ନିମନ୍ତେ ବଜାର ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପିସିିସି ବୈଠକରେ ସରକାରଙ୍କୁ ଯଥୋଚିତ ପଦକ୍ଷେପ ନେବାକୁ ଆହ୍ୱାନ ଦିଆଯାଇଛି ।:

Leave A Reply

Your email address will not be published.

thirteen − twelve =