ଟିକା ଉପରୁ ପାଟେଂଟ ଛାଡ ପ୍ରସ୍ତାବକୁ ସମର୍ଥନ କଲା ଚୀନ୍

ବେଜିଂ: ଭାରତ ଓ ଦକ୍ଷିଣ ଆଫ୍ରିକା ପକ୍ଷରୁ କୋଭିଡ-୧୯ ଟିକା କ୍ଷେତ୍ରରେ କେତେକ ଅଧିକାର ବ୍ୟବସ୍ଥା ଛାଡ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଚୀନ ସମର୍ଥନ ଜଣାଇଛି । ଦୁଇ ରାଷ୍ଟ୍ର ବିଶ୍ୱ ବାଣିଜ୍ୟ ସଂଗଠନ ନିକଟରେ ଗତବର୍ଷ ଅକ୍ଟୋବରରେ ଏହି ପ୍ରସ୍ତାବ ରଖିଥିଲେ । ଚୀନ କହିଛି, କୋଭିଡ ଟିକାର ବାଣିଜ୍ୟ ସମ୍ପର୍କିତ ଟିଆରଆଇପିଏସ୍ ସାମୟିକ ଭାବେ ଛାଡ କରାଯିବା ପ୍ରସ୍ତାବ ସପକ୍ଷରେ ଏହା ରହିଛି । ମହାମାରୀ ବିରୁଦ୍ଧରେ ଚାଲିଥିବା ପ୍ରସ୍ତାବ ସପକ୍ଷରେ ଏହା ରହିଛି । ମହାମାରୀ ବିରୁଦ୍ଧରେ ଚାଲିଥିବା ଲଢ଼େଇରେ ବିକାଶଶୀଳ ରାଷ୍ଟ୍ରଗୁଡିକ ପାଇଁ ଉପଯୋଗୀ ବିବେଚିତ ସମସ୍ତ କାର୍ଯ୍ୟକ୍ରମକୁ ବେଜିଂ ସମର୍ଥନ ଜଣାଇବ ବୋଲି ପ୍ରତିଶ୍ରୁତି ଦେଇଛି । ଏପରିକି ଭାରତ ଓ ଦକ୍ଷିଣ ଆଫ୍ରିକାର ଏହି ପ୍ରସ୍ତାବକୁ ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରସଂଘରୁ ମଧ୍ୟ ସମର୍ଥନ ମିଳିଛି । ଚଳିତ ମାସ ପ୍ରାରମ୍ଭରେ ବିଶ୍ୱ ବାଣିଜ୍ୟ ସଂଗଠନର ମହାନିର୍ଦ୍ଦେଶକ ନାଗୋଜି ଓକୋଞ୍ଜୋ-ଇୱେଲା ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ଏ ସମ୍ପର୍କରେ ଆବଶ୍ୟକ ତଥ୍ୟ ଶୀଘ୍ର ଉପସ୍ଥାପନ ଏବଂ ତାହା ଉପରେ ଆଲୋଚନା କରିବାକୁ ନିବେଦନ କରିଥିଲେ । ଏହାଦ୍ୱାରା ଟିକାର ପ୍ରଯୁକ୍ତିକୁ ସୁରକ୍ଷା ପ୍ରଦାନ କରୁଥିବା ବାଣିଜ୍ୟ ନିୟମଗୁଡିକୁ ସାମୟିକ ଭାବେ କୋହଳ କରାଯାଇପାରିବ ।

Leave A Reply

Your email address will not be published.

four × two =