ଓଡିଶାକୁ ଆସୁଛି ବାତ୍ୟା!

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଆସନ୍ତା ୨୨ତାରିଖ ବେଳକୁ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେଉଥିବା ନେଇ କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ମାଧବନ ରାଜୀବନ୍ କହିଛନ୍ତି । ଏହା କମଃଶ ସାମୁଦ୍ରିକ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ତେବେ ଏହା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ବର୍ତମାନ ସୁଦ୍ଧା କହିହେବ ନାହିଁ ବୋଲି ସେ କହିଛନ୍ତି । ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ତଉ ତେ’ର ତାଣ୍ଡବ ମନରୁ ଲିଭିନଥିବା ବେଳେ ବଙ୍ଗୋପସାଗରରେ ଆଗାମୀ ୨୩ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେଉଥିବା ନେଇ ସେ ସୂଚନା ଦେଇଛନ୍ତି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ଆଗାମୀ ୨୬ କିମ୍ବା ୨୭ ତାରିଖ ବେଳକୁ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ସାଧାରଣତଃ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସାମୁଦ୍ରିକ ବାତ୍ୟା ତାମିଲନାଡୁ, ଆନ୍ଧ୍ର, ଓଡିଶା, ପଶ୍ଚିମବଙ୍ଗ ଏବଂ ବଙ୍ଗଳା ଦେଶରେ ମାଡ ହୋଇଥାଏ । ତେବେ ଚଳିତ ମାସରେ ଶେଷ ଆଡକୁ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସାମୁଦ୍ରିକ ବାତ୍ୟା ଓଡିଶା ଉପକୂଳ ଆଡକୁ ଅଗ୍ରସର ହେବ ବୋଲି ଅନୁମାନ କରାଯାଉଛି । ତେବେ ଲଘୁଜାପ ସୃଷ୍ଟି ହେବାପରେ ଏନେଇ ସଠିକ୍ ଆକଳନ କରିହେବ ଏବଂ ଏହାର ଗୁରୁତ୍ୱ ଓ ଗତିବିଧି ବିଷୟରେଅଧିକ ଜଣାପଡିବ ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଏବେ ୨୦୧୯ ମସିହା ମେ’ମାସ ୩ତାରିଖ ଦିନ ଓଡିଶାରେ ସାମୁଦ୍ରିକ ବାତ୍ୟା ‘ଫନି’ ଧ୍ୱଂସର ତାଣ୍ଡବ ସୃଷ୍ଟି କରିଥିଲା । ସାଧାରଣତଃ ଅକ୍ଟୋବର ମାସରେ ଓଡିଶାରେ ସାମୁଦ୍ରିକ ବାତ୍ୟା ଧ୍ୱଂସର ବିଭିଷିକାର କାରଣ ହୋଇଥାଏ । ତେବେ ଖରାଦିନେ ବାତ୍ୟା କୁଚିତ୍ ହୋଇଥାଏ । ଗତ ସାମୁଦ୍ରିକ ବାତ୍ୟା ଫନିର ଧ୍ୱଂସର ତାଣ୍ଡବ ଲୋକଙ୍କ ମନରୁ ପାଶୋରି ନଥିବା ବେଳେ ପୁଣି ମେ’ ମାସରେ ଆଉ ଏକ ସାମ୍ଭାବ୍ୟ ବାତ୍ୟା ନେଇ ଉପକୂଳବର୍ତୀ ଜନସାଧାରଣ ମନରେ ଛନ୍‌କା ପଶିଛି ।

Leave A Reply

Your email address will not be published.

1 × five =