‘ତଉ ତେ’ର ତାଣ୍ଡବ : ୨୦ମୃତ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମଦ୍ରିକ ବାତ୍ୟା ‘ତଉ ତେ’ ଗତ କାଲି ରାତି ପ୍ରାୟ ୮ଟା ୩୦ରେ ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ କରିଛି । ସାମୁଦ୍ରିକ ବାତ୍ୟା ତଉ ତେ’ ଏବେ ଦୁର୍ବଳ ହୋଇଥିଲେ ମଧ୍ୟ ଗୁଜୁରାଟରେ ପ୍ରବଳ ବର୍ଷା ଲାଗି ରହିଛି । ୧୬ହଜାରରୁ ଉର୍ଦ୍ଧ୍ୱ ବାସ ଗୃହ କ୍ଷତିଗ୍ରସ୍ତ ହୋଇଥିବା ବେଳେ ‘ତଉ ତେ’ ୪ଜଣଙ୍କ ଜୀବନ ନେଇଛି । ବର୍ତମାନ ସୁଦ୍ଧା ସାମୁଦ୍ରିକ ବାତ୍ୟା ‘ତଉ ତେ’ ଆରବ ଉପକୂଳ ବର୍ତି ରାଜ୍ୟଗୁଡିକରେ ୨୦ଜଣଙ୍କର ଜୀବନ ନେଇଥିଲା ବେଳେ ହଜାର ହଜାର ଘର ଭାଙ୍ଗି ଦେଇଛି । ସେହିପରି ବହୁ ବଡ ବଡ ଗଛ ଉପୁଡି ଯିବା ଯୋଗୁଁ ଯାତାୟତ ଗୁରୁତର ଭାବେ ବାଧ୍ୟା ପ୍ରାପ୍ତ ହୋଇଛି । ଝଡ ବାତ୍ୟାରେ ବିଦ୍ୟୁତ ଖୁଂଟ ଉପୁଡି ପଡିବା ଯୋଗୁଁ ବିଦ୍ୟୁତ ସରବରାହ ବିର୍ଚ୍ଛିନ୍ନ ହୋଇଯାଇଛି । ପ୍ରବଳ ବର୍ଷାଯୋଗୁଁ ଜନଜୀବନ ବିପର୍ଯ୍ୟସ୍ଥ ହୋଇପଡିଥିଲା ବେଳେ ବହୁ ଖାଲୁଆ ଅଞ୍ଚଳରେ ହ୍ରଦର ଭ୍ରମ ସୃଷ୍ଟି ହୋଇଛି । ତେବେ ଏନ୍‌ଡିଆରଏଫ୍ ଟିମ୍ ପକ୍ଷରୁ କ୍ଷତି ଗ୍ରସ୍ତ ରାଜ୍ୟ ଗୁଡିକରେ ଯୁଦ୍ଧ କାଳୀନ ଭିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରୀ ରହିଛି । ବାତ୍ୟା ସହ ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଂଟା ପ୍ରତି ୧୯୦ କିଲୋମିଟର ଥିବାରୁ ଗୁଜୁରାଟୈର ବ୍ୟାପକ କ୍ଷୟକ୍ଷତି ଘଟିଛି । ବଡ ବଡ ଗଛ ଉପୁଡି ପଡିବା ସହ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ତେବେ ବର୍ତମାନ ସୁଦ୍ଧା ବାତ୍ୟା (ପୃଷ୍ଠା-୮)

Leave A Reply

Your email address will not be published.

seventeen − twelve =