ଦେଶରେ ରେକର୍ଡ ଭାଙ୍ଗିଲା କରୋନା ମୃତ୍ୟୁ ଦିନକରେ ୪୩୨୯ ମୃତ : ଆଉ ୨,୬୩,୫୩୩ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ କିଛି ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଥମିବାର ନାଁ ଧରୁନାହିଁ । ଆଜି ଦେଶରେ ୪୩୨୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଯାହାକି ସର୍ବକାଳୀନ ରେକର୍ଡ । ମହାମାରୀ ସଂକ୍ରମଣ ହେଲା ଦିନଠାରୁ ଦେଶର ଆଜିପର୍ଯ୍ୟନ୍ତ ଗୋଟିଏ ଦିନରେ ଏତେ ସଂଖ୍ୟକ ମୃତ୍ୟୁ ଘଟିନଥିଲା । ଆଜିର ମୃତ୍ୟୁ ସଂଖ୍ୟା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଚିକିତ୍ସା ଭିତିଭୂମୀର ଅଭାବ ଯୋଗୁଁ ଚିକିତ୍ସାଦିନ ଥିବା କରୋନା ଆକ୍ରାନ୍ତଙ୍କର ମୃୃତ୍ୟୁ ବଢିଚାଲିଥିବା ଚର୍ଚ୍ଚା ହେଉଛି ।
ଆଜିି ଦିନକରେ ଦେଶରେ କରୋନା ସଂକ୍ରମଣ ମହାମାରୀ ସଂକ୍ରମଣ ସଂଖ୍ୟା ୨.୬୩,୫୩୩ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡ କଥା ହେଲା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ର ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ଦେଶରେ ଦିନକରେ ୨,୬୩,୫୩୩ ସଂକ୍ରମଣ ହୋଇଥିବା ବେଳେ ୪,୩୨୯ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୫୨,୨୮,୯୯୬ ଓ ମୃତ୍ୟୁ ସଂଖ୍ୟା ୨,୭୮,୭୧୯ରେ ପହଞ୍ଚିଛି । ସେହିଭଳି ଦିନକ ମଧ୍ୟରେ ୪,୨୨,୪୩୬ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୧୫,୯୬,୫୧୨ରେ ପହଞ୍ଚିଛି । ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୩.୫୩,୭୬୫ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୮,୪୪,୫୩, ୧୪୯ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଆଇସିଏମ୍‌ଆର୍ କହିବା ଅନୁସାରେ, ଏହି ସଂକ୍ରମଣ ରୋଗ ଚିହ୍ନଟ ପାଇଁ ମେ ୧୭ ତାରିଖ ସୁଦ୍ଧା ସମୁଦାୟ ୩୧,୮୨,୯୨,୮୮୧ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୮,୬୯,୨୨୩ଟି ନମୁନା ।

Leave A Reply

Your email address will not be published.

eleven + 11 =