ଉମରକୋଟ : ଉମରକୋଟ ରେ କୋରନା ର ପ୍ରଭା୍ୱ ଅଧିକା ଥିବା ସତ୍ତେ ଏହି ଆଞ୍ଚଳରେ ଅଧିକ ଗରିବ ଶ୍ରେଣୀର ତଥା ଖଟିଖିଆ ମଜୁରିଆ ମାନେ ହୋମେ ଆଇସୋଲେସନ୍ ରେ ରହୁଥିବା ବେଳେ ଏହି ସମୟରେ କରେଣ୍ଟର ଲୁଚକାଳି ଖେଳ ଜନସାଧାରଣରେ ବାହୁତ ଅଶାନ୍ତିର କରଣ ପାଲଟିଛି । ବିନା କାରଣ ରେ ବାର ବାର ବିଦ୍ୟୁତର ଯିବା ଆସିବା ସମସ୍ୟାକୁ ଦୁଇ ଗୁଣା କରୁଛିା ଏପଟେ ଗ୍ରୀଷ୍ମ ପ୍ରବହର ଗୁଳ ଗୁଳି ଗରମ ଯୋଗୁ ଲୋକେ ଆଉଟୁ ପାଉଟୁ ହେବା ସହ କୋରନା ସଙ୍କ୍ରମଣ ମଧ୍ଯ ବଢ଼ିବାରେ ଲାଗିଛି ଏବଂ ଲକଡାଉନ୍ ଯୋଗୁ ଲୋକେ ଘରୁ ବାହାରକୁ ବାହାରି ପାରୁ ନଥିବା ବେଳେ ବିଦ୍ୟୁତ ବିଭାଗ ର ଦାୟିତ୍ୱ ହୀନତା ଲୋକଙ୍କୁ ଦାଉ ସାଧିଛି । ଗୁଳ ଗୁଳି ଗରମ ସମୟେର ବାର ବାର ବିଦ୍ୟୁତର ଯିବା ଆସିବା ଲୋକଙ୍କୁ ବ୍ୟତି ୍ୱ୍ୟସ୍ତ କରି ସରିଲାଣି ଅନ୍ୟ ପଟେ ଏ ଭଳି ବିଭ୍ରାଟ ୧୪ ଦିନ ଧରି ହୋମ ଆଇସୋଲେସନ୍ ରେ ରହୁଥିବା କୋରନା ଆକ୍ରନ୍ତ ଙ୍କ ପାଇଁ ଜୀବନ ଅତିବାହିତ କରିବା କଷ୍ଟ ଦାୟକ ହୋଇ ପଡୀଛି । ଏଥି ପ୍ରତି ବିଦ୍ୟୁତ ବିଭାଗ ର ଯନ୍ତ୍ରୀ ଓ କର୍ମଚାରୀ ଦୃଷ୍ଟି ଦେବାକୁ ଜନସଧାରଣ ରେ ଦାବି ହେଉଛି ।