କାଳିଆ ଟଙ୍କା କାହା ପାଇଁ ଚାଷୀ ନା କୋଟିପତି

କଣ୍ଟାପଡ଼ା: ଉଭୟ କୃଷି ଓ କୃଷକଙ୍କ ପାଇଁ ରାଜ୍ୟ ସରକାର କାଳିଆ ଯୋଜନାର ଅୟମାରମ୍ଭ କରି ଏହା ମାଧ୍ୟମରେ ପ୍ରତ୍ୟେକ ଚାଷୀ ଏବଂ ହିତାଧିକାରୀ ୫୦୦୦ଟଙ୍କାର ରାଶି ଯୋଗାଇ ଦବାର ବ୍ୟବସ୍ଥା କରିଛନ୍ତି । ଏହି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ପଇଠ କରାଯାଉଛି ବୋଲି କୁହାଯାଉଛି । ତେବେ ବାସ୍ତବରେ ଏହାର ଭିନ୍ନ ରୂପ ଦୃଷ୍ଟି ଗୋଚର ହୋଇଛି । ଖବର ନେବାରୁ ଏହା ଜଣାପଡ଼ିଛି ଯେ ଏହା ଟ୍ରକ୍ ମାଲିକ, ଇଟାଭାଟି ମାଲିକ, ଜେସିବି ମାଲିକ ଓ ବହୁ ବ୍ୟବସାୟୀଙ୍କ ଆକାଉଣ୍ଟକୁ ଏହି ଅର୍ଥ ଯାଉଥିବାର ଅନେକ ଦୃଷ୍ଟାନ୍ତ ମିଳୁଛି । ଏଠାରେ ପ୍ରଶ୍ନ ଉଠୁଛି ଏହି ଟଙ୍କା ଦେଉଛି କିଏ ଆଇ ନେଉଛି କିଏ? ଏନେଇ କୃଷି ବିଭାଗ ପାଖରେ କୌଣସି ତଥ୍ୟ ଦେଖିବାକୁ ମିଳୁନି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲ୍‌ଦାରଙ୍କୁ ପଚାରିଲେ ସେମାନେ ଏ ବିଷୟରେ କିଛି ଜାଣି ନାହାଁନ୍ତି ବୋଲି ଉତ୍ତର ଦିଅନ୍ତି । କିମ୍ବା ଟଙ୍କା କିପରି ଆସୁଛି ଓ କିପରି ଯାଉଛି ଏବଂ କିଏ ଉପକୃତ ହେଉଛି ବା ହିତାଧିକାରୀଙ୍କୁ କିଏ ଚୟନ କରୁଛି ସେ ବାବଦରେ ମଧ୍ୟ ସେମାନେ ଅବଗତ ନାହାଁନ୍ତି ବୋଲି କହୁଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ମହତ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ତା’ର ତଦାରଖ କରିବାକୁ ମଧ୍ୟ କେହିନାହିଁ । ଚାଷ ବିଷୟରେ କୌଣସି ଅଭିଜ୍ଞତା ନଥିବା ଲୋକେ ଓ ଚାଷ ଜମି ନଥିବା ଲୋକେ କାଳିଆ ଯୋଜନା ଟଙ୍କା ହାତେଇବା ଅଭିଯୋଗ ହୋଇଛି । ପ୍ରକୃତ ଚାଷୀ କିଭଳି ଟଙ୍କା ପାଇବେ ଓ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ ତାହା ଏବେ ସନ୍ଦେହ ଘେର ଭିତରେ ରହିଛି । ସରକାରଙ୍କର ଏହିଭଳି ବହୁ ଯୋଜନା ବାଟମାରଣା ହେଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

16 − thirteen =