ବାଳାଶ୍ରମ କର୍ମଚାରୀଙ୍କୁ ଟୀକାକରଣ କରାଗଲା

ଯାଜପୁର :ସରକାରଙ୍କ ନିର୍ଦ୍ଦେଶ କ୍ରମେ ବାଳାଶ୍ରମ ତଥା ଅନ୍ୟାନ୍ୟ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ଏବଂ ଚାଇଲଡ ଲାଇନର କର୍ମକର୍ତା ମାନଙ୍କୁ କରୋନା ଟୀକାକରଣ କରାଯାଇଚ୍ଥି । ଯାଜପୁର ସହର ସ୍ଥିତ ଉତ୍କଳ ବାଳାଶ୍ରମ ଓ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ମୋଟ ୨୩ ଜଣ କର୍ମଚାରୀଙ୍କୁ ପ୍ରଥମ ପର୍ଯ୍ୟାୟ ଟୀକାକରଣ କରାଯାଇଚ୍ଥି । ଜିଲ୍ଳ୍‌ାର ବଡଚଣା ବ୍ଳ୍‌କ ସମିଆ ପଂଚାୟତର ବୁଢାକେନ୍ଦୁଆ ଠାରେ ଥିବା ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ନେସନ, ଶାସନ ପୁରୁଷୋତମପୁର ଠାରେ ଥିବା ଆମ ଘର, ଯାଜପୁର ରୋଡର ନୂଆ ଗାଁ ଠାରେ ଥିବା ଅନ୍ନପୂର୍ଣ୍ଣା ଶିଶୁ ଗୃହ ଓ ବିଂଝାରପୁର ବ୍ଳକର ଅଳକୁଣ୍ଡ ଠାରେ ଥିବା ବଳଦେବ ଜୀଉ ସେବାଶ୍ରମ ଗୁଡିକର କର୍ମକର୍ତା ମାନଙ୍କୁ ଟୀକାକରଣ ଏବଂ ଅନ୍ତେବାସୀଙ୍କ ସହ କୋଭିଡ ଟେଷ୍ଟ କରିବା ପାଇଁ ଜିଲ୍ଳ୍‌ାପାଳ ଚକ୍ରୱର୍ତା ସିଂହ ରାଠୋର ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଚ୍ଥନ୍ତିା ଯାଜପୁର ସହର ସ୍ଥିତ ଉତ୍କଳ ବାଳାଶ୍ରମ ଓ ଚାଇଲଡ୍ ଲାଇନର କର୍ମକର୍ତା ଯେଉଁମାନେ କି ଶିଶୁ ମାନଙ୍କ ଲାଳନ ପାଳନ ଓ ଉଦ୍ଧାର ଥଇଥାନ କାର୍ଯ୍ୟରେ ନିୟୋଜିତ ରହିଚ୍ଥନ୍ତି ସେମାନଙ୍କୁ ଟୀକାକରଣ କରାଯାଇଚ୍ଥି । ସେହିପରି ଉତ୍କଳ ବାଳାଶ୍ରମର ୪୧ ଜଣ ଅନ୍ତେବାସୀ ଓ କର୍ମକର୍ତାଙ୍କର କୋଭିଡ ଟେଷ୍ଟିଂ ମଧ୍ୟ କରାଯାଇଚ୍ଥି ବୋଲି ଜିଲ୍ଳ୍‌ା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ସୂଚନା ଦେଇଚ୍ଥନ୍ତି । ଅନ୍ୟ ଶିଶୁ ଯତ୍ନକାରୀ ଅନୁଷ୍ଠାନରେ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯାଉଚ୍ଥି ବୋଲି ସେ କହିଥିଲେ ।

Leave A Reply

Your email address will not be published.

six + 3 =