ମେ’ ଶେଷ ବେଳକୁ କରୋନା ସଂକ୍ରମଣ କମିବ!

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ରାଜ୍ୟରେ ଟେଷ୍ଟି ବଢ଼ୁଥିବାରୁ ସଂକ୍ରମଣ ସଂଖ୍ୟା ବଢ଼ୁଛି । ନମୁନା ପରୀକ୍ଷା ଅନୁଯାୟୀ ସଂକ୍ରମିତଙ୍କ ସଂଖ୍ୟା ଅଧିକ ନାହିଁ । ୮୦ ପ୍ରତିଶତ ଆଇସିୟୁ ଓ ୫୦ ପ୍ରତିଶତ ଭେଂଟିଲେଟରରେ ଗୁରୁତର ରୋଗୀ ଅଛନ୍ତି । ତେଣୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଏବେ ବଢ଼ିବ । ଏହା ସହ ବିଜୟ ମହାପାତ୍ର କହିଛନ୍ତି, ମେ’ ମାସ ଶେଷ ବେଳକୁ ରାଜ୍ୟରେ ସଂକ୍ରମଣ କମିବା ନେଇ ଆଶାଙ୍କା କରାଯାଉଛି । ପ୍ରଥମ ଲହାରରେ ୧୮ ବର୍ଷ ତଳକୁ ୧୦ ପ୍ରତିଶତ ମୃତ୍ୟୁ ରହିଥିଲା । ବର୍ତମାନ ବି ଯୁବବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି । ଯେହେତୁ ଭ୍ୟାକକ୍ସିନ ନଥିଲା ତେଣୁ ବର୍ତମାନ ମୃତ୍ୟୁ ସଂଖ୍ୟା ବଢ଼ୁଛି । ଯେତେ ଶୀଘ୍ର ଭ୍ୟାକ୍ସିନେସନ ସାରିବ ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା କମିବ । ରାଜ୍ୟରେ ଧୀରେ ଧୀରେ ଆଇସିୟୁ ସଂଖ୍ୟା ବଢ଼ାଯାଉଛି । କିମ୍ସ ହସ୍ପିଟାଲରେ ଆଇସିୟୁ ବଢ଼ାଇବା ପାଇଁ ପ୍ରକ୍ରିୟ ଆରମ୍ଭ ହୋଇଛି ।

Leave A Reply

Your email address will not be published.

thirteen − twelve =