କରୋନା ମୃତ୍ୟୁରେ ସବୁ ଦେଶକୁ ଟପିଲା ଭାରତ

ନୂଆଦିଲ୍ଲୀ :ଗତ ଏପ୍ରିଲ ୨୫ ତାରିଖରୁ କରୋନା ଭୂତାଣୁ ଦ୍ୱାରା ବିଶ୍ୱରେ ଦୌନିକ ଯେତିକି ସଂକ୍ରମଣ ହେଉଛି ତା’ର ୪୦ ପ୍ରତିଶତରୁ ଅଧିକ ହେଉଛି ଭାରତରେ । ଦିନେ ଦିନେ ଭାରତରେ ଏହି ସଂକ୍ରମଣ ୫୦ ପ୍ରତିଶତକୁ ଟପିଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ତଥ୍ୟ ଅନୁସାରେ ମେ ୪, ୫, ୧୦, ୧୧ ଓ ୧୨ରେ ଭାରତରେ ଅବଶିଷ୍ଟ ବିଶ୍ୱ ଅପେକ୍ଷା ଅଧାରୁ ଅଧିକ ସଂକ୍ରମଣ ହୋଇଥିବା ବେଳେ ମେ ୪ରୁ ଭାରତ ମଧ୍ୟ ମୋଟ କୋଭିଡ୍ ମୃତ୍ୟୁର ୩୦ ପ୍ରତିଶତରୁ ଅଧିକ ଭାରତରେ ହୋଇଥିବାର ରିପୋର୍ଟ ଦେଇଛି । ବିଶେଷଜ୍ଞଙ୍କ ମତରେ ବାସ୍ତବ ସଂଖ୍ୟା ଏହାଠାରୁ ବହୁ ଅଧିକ । ଏକଦା ଆମେରିକାରେ ଦୈନିକ ବିଶ୍ୱ ସଂକ୍ରମଣର ପ୍ରାୟ ୪୭ ପ୍ରତିଶତ ହେଇଥିଲା । ମାତ୍ର ଭାରତ ଏହି ଦ୍ୱିତୀୟ ଲହରରେ ଅର୍ଦ୍ଧଶତକ ସୀମା ଅତିକ୍ରମ କରି ୫୪ ପ୍ରତିଶତକୁ ଛୁଇଁଛି ।୨୦୨୦ ମାର୍ଚ୍ଚ ୧୪ ପୂର୍ବରୁ ଯେତେବେଳେ ଦୈନିକ ବିଶ୍ୱ ସଂକ୍ରମଣ ୧୦,୦୦୦ ସୀମା ଟପିଲା ଏବଂ ସଂକ୍ରମଣ ସଂଖ୍ୟା କମ୍ ଥିଲା, ସେତେବେଳେ ସାମାନ୍ୟ ପରିବର୍ତ୍ତନ ବିଶ୍ୱର ଚିତ୍ର ବଦଳାଇ ଦେଇପାରିଥାନ୍ତା । ସେତେବେଳେ ଚୀନ୍‌, ଦକ୍ଷିଣ କୋରିଆ, ଜାପାନ ଓ ଥାଇଲାଣ୍ଡ ଅର୍ଦ୍ଧଶତ ସୀମା ଅତିକ୍ରମ କରିଥିଲେ ।

Leave A Reply

Your email address will not be published.

3 × 5 =