କରୋନାରେ ପ୍ରାଣୀ ଚିକିତ୍ସକ ନୃସିଂହ ମହାନ୍ତିଙ୍କ ମୃତ୍ୟୁ

ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲା ରାହାମା ଅଞ୍ଚଳର ସ୍ୱନାମଧନ୍ୟ ପ୍ରାଣୀ ଚିକିତ୍ସକ ନୃସିଂହ ଚରଣ ମହାନ୍ତି କରୋନା ରୋଗରେ ପିଡ଼ିତ ହୋଇ ସମ୍ କୋଭିଡ଼୍ ହସ୍‌ପିଟାଲ୍‌ରେ ଗତ ବୁଧବାର ଦିନ ଇହଲୀଳା ସମ୍ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ୧୯୪୧ ମସିହାରେ ରାହାମା ନିକଟସ୍ଥ କିଆଡିଙ୍ଗିରୀ ଗ୍ରାମରେ ଜନ୍ମଗ୍ରହଣ କରି ଯୁବାବସ୍ଥାରୁ ତତ୍‌କାଳୀନ ଜନନାୟକ ତଥା ବିଶିଷ୍ଟ କମ୍ୟୁନିଷ୍ଟ ନେତା ସାଂସଦ ଲୋକନାଥ ଚୌଧୁରୀଙ୍କ ସଂପର୍କରେ ଆସି ନିଜକୁ ବିଭିନ୍ନ ଜନହିତକର କାର୍ଯ୍ୟରେ ନିୟୋଜିତ କରିଥିଲେ । ପ୍ରାଣି ଚିକିତ୍ସକ ପଦବୀରେ ଥାଇ ବି ସ୍ୱର୍ଗତଃ ମହାନ୍ତି ଅନ୍ୟକୁ ସାହାଯ୍ୟ ସହଯୋଗ କରିବା ଏବଂ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ତାଙ୍କୁ ଜନମାନସରେ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଥିଲା ।
ସ୍ୱର୍ଗତଃ ମହାନ୍ତି ଦୀର୍ଘ ୧୭ ଦିନ ଧରି କୋଭିଡ଼୍ ସହ ସଂଗ୍ରାମ କରି ଶେଷରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଜଣେ ପରୋପକାରୀ, ମେଳାପି ଓ ପ୍ରଜ୍ଞାବାନ ବ୍ୟକ୍ତିଭାବେ ସୁ-ପରିଚିତ । ସାମ୍ୟବାଦୀ ଚିନ୍ତାଚେତନାରେ ସର୍ବଦା ନିଜକୁ ନିମଗ୍ନ କରି ରଖିଥିଲେ । ମୃତ୍ୟୁ ବେଳକୁ ତାଙ୍କ ମରଶରୀର ନିକଟରେ ତାଙ୍କର ବଡ଼ଝିଅ ଲେଖିକା ତଥା ନ୍ତପ୍ରାଚୀତାରାନ୍ତ ସାହିତ୍ୟ ପତ୍ରିକାର ସଂପାଦିକା ହରପ୍ରିୟା ମହାନ୍ତି, ବଡ଼ପୁଅ ଚକ୍ରଧରପୁର ରେଲୱେ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଜିତ୍ ମହାନ୍ତି, ସାନପୁଅ ବୁର୍ଲା ଇଂଜିନିୟରିଂ ବିଶ୍ୱବିଦ୍ୟାଳୟର ମେକାନିକାଲ ବିଭାଗ ପ୍ରଫେସର ଡଃ ଅରବିନ୍ଦ ମହାନ୍ତି, ସାନଝିଅ ଲକ୍ଷ୍ମୀପ୍ରିୟା ମହାନ୍ତି, ଜ୍ୱାଇଁ ନ୍ତକଳିଙ୍ଗ ବିକାଶନ୍ତର ସଂପାଦକ ବଳରାମ କାନୁନ୍‌ଗୋ ଓ ସଂଜୀବ ଦାସ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eight − 1 =