ଭୁବନେଶ୍ୱର: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତ୍ୟା ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡିକରେ ଟିକାକରଣ ବନ୍ଦ ରଖିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ତେବେ ଟିକା ଯେପରି ନଷ୍ଟ ନହୁଏ ସେଥିପ୍ରତି ମଧ୍ୟ ସତର୍କ ରହିବାକୁ କୁହାଯାଇଛି । ବାତ୍ୟା ଯୋଗୁଁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେଲେ ଜେନେରେଟର ସହାୟତାରେ ଟିକା ସୂରକ୍ଷିତ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।