କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ୧୫ ଦିନରେ ଶ୍ରମିକଙ୍କୁ ପଠାଅ

ନୂଆଦିଲ୍ଲୀ,୫ ।୦୬(ଏଜେନ୍ସି): ୧୫ ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ ଓ କର୍ମଚାରୀମାନଙ୍କୁ ସେମାନଙ୍କ ନିଜ ନିଜ ରାଜ୍ୟକୁ ପଠାଇ ଦେବାକୁ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦେଶ ଦେଇଛନ୍ତି । ଏହା ସହିତ ସେମାନେ ଯେଉଁ ରାଜ୍ୟକୁ ଯାଉଛନ୍ତି ଅର୍ଥାତ୍ ଗୃହ ରାଜ୍ୟରେ ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇବାକୁ ମଧ୍ୟ ଉଚ୍ଚତମ ନ୍ୟାୟାଳୟ ରାଜ୍ୟମାନଙ୍କୁ ନିର୍ଦେଶ ଦେଇଛନ୍ତି ।
ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମ୍ପର୍କିତ ଏକ ମାମଲାର ବିଚାର କରି ସୁପି୍ରମକୋର୍ଟ ଏହି ନିଦେ୍ର୍ଧଶ ଦେଇଛନ୍ତି । ରାଜ୍ୟ ସରକାରମାନେ ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ କରି ସେମାନଙ୍କ ଦକ୍ଷତା ଅନୁସାରେ କର୍ମସଂସ୍ଥାନ ପ୍ରଦାନ କରିବେ । ଆହୁରି ମଧ୍ୟ ଯଦି ସେମାନେ କର୍ମସଂସ୍ଥାନ ପାଇଁ ଅନ୍ୟ କୌଣସି ରାଜ୍ୟକୁ ଯିବାକୁ ଚାହିଁବେ ତାହାର ବ୍ୟବସ୍ଥା କରିବେ । ସବୁ ରାଜ୍ୟ ସରକାର ନିଜ ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକଙ୍କ ଦାୟିତ୍ୱ ନେବେ । ଗତ ମେ’ ୨୮ ତାରିଖରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଗତ ମେ’ ୨୮ ତାରିଖରେ ସୁପି୍ରମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ସେମାନଙ୍କ ଟ୍ରେନ ବା ବସ୍ ଭଡ଼ା ସରକାର ବହନ କରିବେ ବୋଲି କହିଥିଲେ । ସେମାନେ ଯେଉଁ ରାଜ୍ୟରୁ ଯାତ୍ରା ଆରମ୍ଭ କରୁଛନ୍ତି ସେହି ଷ୍ଟେସନର ସମ୍ପୃକ୍ତ ରାଜ୍ୟ ସରକାର ସେମାନଙ୍କୁ ଖାଦ୍ୟ ଯୋଗାଇବେ ଅଥବା ଯେଉଁ ରାଜ୍ୟରେ ସେମାନେ ଫସି ରହିଛନ୍ତି ସେହି ରାଜ୍ୟ ସରକାର ଖାଦ୍ୟ ଓ ପାଣି ଯୋଗାଇବେ ।

Leave A Reply

Your email address will not be published.

eighteen + 14 =