କରୋନା ନିୟମ ଉଲ୍ଲଂଘନ ପାଇଁ ବ୍ରାଜିଲ୍ ରାଷ୍ଟ୍ରପତିଙ୍କୁ ଜରିମାନା

ବ୍ୟାସିଲିଆ: ବ୍ରାଜିଲରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ସରକାରଙ୍କ ପକ୍ଷରୁ କୋଭିଡ୍ କଟକଣା ଲାଗୁ କରାଯାଇଛି । ତେବେ ଖୋଦ୍ ରାଷ୍ଟ୍ରପତି ଜୈର ବୋଲସୋନାରେ ଏହାକୁ ଉଲ୍ଳଂଘନ କରିଥିବା ଜଣାପଡିଛି । ଏଥିପାଇଁ ମାରନହାଓ ପ୍ରଦେଶର ଗଭର୍ନର ରାଷ୍ଟ୍ରପତିଙ୍କୁ ଜରିମାନା କରିଛନ୍ତି ।
ଏକ ସରକାରୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ବୋଲସୋନାରେ କରୋନା କଟକଣା ଉଲ୍ଲଘଂନ କରିଥିଲେ । ଏଥିଲାଗି ତାଙ୍କୁ ଜରିମାନା ଦେବାକୁ ପଡିବ ବୋଲି ମାରନହାଓ ପ୍ରଦେଶ ଗଭର୍ନର କହିଛନ୍ତି । ଏହା ସହିତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଷ୍ଟ୍ରପତିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଆଇନ୍ ସମସ୍ତଙ୍କ ପାଇଁ ସମାନ ବୋଲି ଗଭର୍ନର ଫ୍ଲାଭିଓ ଡିନୋ କହିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ଶୁକ୍ରବାର ଆକେଲାଣ୍ଡିଆରେ ଅନୁଷ୍ଠିତ ଏକ ସରକାହରୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ବୋଲସୋନାର ଯୋଗଦେଇଥିଲେ । କିନ୍ତୁ ସେ ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଗଭର୍ନର ଡିନୋଙ୍କୁ ଏକଛତ୍ରବାଦୀ ବୋଲି କହି କଡା ସମାଲୋଚନା କରିଥିଲେ । ଏହା ପରେ ଗଭର୍ନର ଡିନୋ କରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ ରାଷ୍ଟ୍ରପତିଙ୍କ ବିରୋଧରେ ଜରିମାନା ଲାଗୁ କରିଛନ୍ତି । ସୂଚନାଯୋଗ୍ୟ ଯେ ବିଶ୍ୱରେ କରୋନା ମହାମାରୀ ଯୋଗୁ ସର୍ବାଧିକ ମୃତ୍ୟୁ ଆମେରିକାରେ ହୋଇଥିବା ବେଳେ ୨ୟ ସ୍ଥାନରେ ବ୍ରାଜିଲ୍ ରହିଛି ।

Leave A Reply

Your email address will not be published.

1 × four =