୧୨ଦିନରେ ପେଟ୍ରୋଲ ବଢିଲାଣି ୨.୬୯ପ ଓ ଡିଜେଲ୍ ୩.୦୭ପ

ନୂଆଦିଲ୍ଳୀ: ଦେଶରେ କରୋନା ମହାମାରୀ ଭୟଙ୍କର ରୂପ ନେଉଥିବା ବେଳେ ପେଟ୍ରୋଲ୍ ଓ ଡିଜେଲ ଦର ଲଗାତର ବୃଦ୍ଧି ପାଇବାରେ ଲାଗିଛି । ଦିନକ ବ୍ୟବଧାନରେ ପେଟ୍ରୋଲ୍ ଓ ଡିଜେଲ୍ ଦର ପୁଣି ବଢିଛି । ଆଜି ପେଟ୍ରୋଲ୍ ଦର ଲିଟର ପିଛା ୧୫ରୁ ୧୭ ପଇସା ଏବଂ ଡିଜେଳ୍ ଦର ଲିଟର ୨୫ରୁ ୨୯ ପଇସା ବୃଦ୍ଧି ପାଇଛି । ଦେଶର ଅଧିକାଂଶ ସ୍ଥାନରେ ପେଟ୍ରୋଲ୍ ଦର ପୂର୍ବରୁ ହିଁ ୧୦୦ ଟଙ୍କା ଅତିକ୍ରମ କରିସାରିଛି ।
ଗତ ୧୨ ଦିନ ଧରି ଧିରେ ଧିରେ ପେଟ୍ରୋଲ୍ ଦର ଲିଟର ପିଛା ୨.୬୯ ଟଙ୍କା ବଢିଥିବା ବେଳେ ଡିଜେଲ୍ ଦର ଲିଟର ପିଛା ୩.୦୭ ଟଙ୍କା ବଢିଛି । ଆଜିର ବୃଦ୍ଧି ସହ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ଦର ଲିଟର ପିଛା ୯୩.୨୧ ଟଙ୍କା ଓ ଡିଜେଲ୍ ଦର ଲିଟର ପିଛା ୮୪.୦୭ ଟଙ୍କାରେ ପହଞ୍ଚିଛି ।
ନୂଆଦର ଅନୁଯାୟୀ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଦର ୯୯.୪୯ ଟଙକା ଓ ଡିଜେଲ୍ ଦର ୯୧.୩୦ ଟଙ୍କା ହୋଇଛି । ଏହାବ୍ୟତୀତ କୋଲକାତାରେ ପେଟ୍ରୋଲ ଦର ୯୩.୨୭ ଟଙ୍କା ଓ ଡିଜେଲ୍ ଦର ୮୬.୯୧ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ୍ ଲିଟର ପିଛା ୯୪.୮୬ ଟଙ୍କା ଓ ଡିଜେଲ୍ ଦର ଲିଟର ପିଛା ୮୮.୮୭ ଟଙ୍କା, ବେଙ୍ଗାଲୁରୁରେ ପେଟ୍ରୋଲ ଦର ଲିଟର ପିଛା ୯୬.୩୧ ଟଙ୍କା ଓ ଡିଜେଲ୍ ଲିଟର ପିଛା ୮୯.୧୨ ଟଙ୍କା ହୋଇଛି ।

Leave A Reply

Your email address will not be published.

2 + three =