ଜି.ଉଦୟଗିରି:: ମହାମାରୀ କରୋନା ପରିସ୍ଥିତିରେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ସାତରୁ ଦିନ ୧୧ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲୁଥିବା ବେଳେ ଶନିବାର ଓ ରବିବାର ସମ୍ପୁର୍ଣ୍ଣ ସଟଡାଉନ ରହୁଛି । ଏହି ସଟଡାଉନ ସମୟରେ ଜି.ଉଦୟଗିରି ବ୍ୟବସାୟୀ ସଂଘର ଜଣେ ବ୍ୟବସାୟୀ ସଚିତ ପୃଷ୍ଟି ସଟଡାଉନକୁ ଖାତିର ନକରି ବ୍ୟବସାୟ କରୁଥିବା ବେଳେ ତହସିଲଦାରଙ୍କ ହାବୁଡରେ ପଡି ୧୦୦୦ ଟଙ୍କା ଜରିମାନା ଦେଇଛନ୍ତି । ପ୍ରକାଶ ଥାଉକି ଗତ ଗୁରୁବାର ଦିନ ପ୍ରାୟ ଗୋଟାଏ ବେଳେ କାର୍ଯ୍ୟରତ ଦୁଇ କନେଷ୍ଟବଲ ମନୋରଞ୍ଜନ ସାବତ ଓ ରାଜେନ୍ଦ୍ର କୁମାର ଜାନୀଙ୍କ ସହ ଉକ୍ତ ବ୍ୟବସାୟୀ ଓ ତାର ସହଯୋଗୀ ଶୁଭମ୍ ରଣା କଥା କଟାକଟା ହୋଇ କାର୍ଯ୍ୟରତ କନେଷ୍ଟବଲ ତାଙ୍କୁ ମାଡ ମାରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଉପଖଣ୍ଡ ପୋଲିସ ଅଧବକାରୀ ଡ.ତିରୁପତି ରାଓ ପଟ୍ଟନାୟକ ଉଭୟଙ୍କ ବୟାନକୁ ରେକର୍ଡ କରି ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରୱାଲାଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଉକ୍ତ ରିପୋର୍ଟ ଆଧାରରେ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଗ୍ରୱାଲ ସେ ଦୁଇ କନେଷ୍ଟବଲଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି ।