ଦେଶରେ କରୋନା ମୃତ୍ୟୁ ୩ଲକ୍ଷ ପାର୍

ନୂଆଦିଲ୍ଲୀ: ମହାମାରୀ କରୋନାରେ ଦେଶରେ ମୃତ୍ୟୁ ସଂଖ୍ୟା ୩ଲକ୍ଷ ଅତିକ୍ରମ କରିଛି । ଆଜି ଦେଶରେ ଦୈନିଦିନ ସଂକ୍ରମଣ ଅଢେଇ ଲକ୍ଷ ତଳକୁ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ସର୍ବକାଳୀନ ରେକର୍ଡ ଭଙ୍ଗ କରିଛି । ଆଜି ଦିନକ ମଧ୍ୟରେ ୪୪୫୪ ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ବିଶ୍ୱର ୩ୟ ରାଷ୍ଟ୍ର ଭାବେ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ଲକ୍ଷ ପାର ହୋଇଛି । ଆମେରିକାରେ କରୋନା ୬ଲକ୍ଷରୁ ଅଧିକ ଜୀବନ ନେଇଥିବା ବେଳେ ବ୍ରାଜିଲ୍‌ରେ ୪.୫ ଲକ୍ଷ ମୃତ୍ୟୁ ଘଟିଛି ।
ଦେଶରେ ମେ ମାସ ଆରମ୍ଭରୁ ହିଁ କରୋନା ଜନିତ ମୃତ୍ୟୁସଂଖ୍ୟା ହୁହୁ ହୋଇ ବଢିବାରେ ଲାଗିଛି । ୨୩ ଦିନ ମଧ୍ୟରେ ୯୨ ହଜାରୁ ଅଧିକ ଲୋକଙ୍କ କରୋନା ଯୋଗୁ ଜୀବନ ଗଲାଣି । ଗତ ୨୪ ଘଂଟା ମଧ୍ୟରେ ୪,୪୫୪ ଜଣଙ୍କ ଜୀବନ ଯାଇଛି । ଦିନକରେ ବିଶ୍ୱର କୌଣସି ରାଷ୍ଟ୍ରରରେ ଏତେ ଲୋକ ପ୍ରାଣ ହରାଇନାହାନ୍ତି । ଭାରତ ଏଥିରେ ରେକର୍ଡ କରିିଛି । ଦେଶରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୦୩,୭୨୦ ରେ ପହଞ୍ଚିଛି ।
ସେହିପରି ମାତ୍ର ୨୬ ଦିନ ମଧ୍ୟରେ ୧ଲକ୍ଷ ଲୋକ କରୋନାରେ ଆଖି ବୁଜିବା ସମସ୍ତଙ୍କୁ ଚିକିିତ କରିଛି । ପୂର୍ବରୁ ସବୁଠାରୁ କମ ଦିନରେ ୧ଲକ୍ଷ ମୃତ୍ୟୁ ଆମେରିକାରେ ରେକର୍ଡ କରାଯାଇଥିଲା । ଏଠାରେ ୩୧ ଦିନରେ ୧ଲକ୍ଷ ଲୋକ ପ୍ରାଣ ହରାଇଥିଲେ । କିନ୍ତୁ ଭାରତ ଏହି ରେକର୍ଡକୁ ବି ଅତିକ୍ରମ କରିଯାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଂଟାରେ ୨,୨୨,୩୧୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ତେବେ ପୂର୍ବଦିନ ଗୁଡିକ ଅପେକ୍ଷା ଗତକାଲି ଟେଷ୍ଟିଂ ସଂଖ୍ୟା ସାମାନ୍ୟ କମ ରହିଥିଲା । ପ୍ରତିଦିନ ୨୦ ଲକ୍ଷ କିମ୍ବା ୨୧ଲକ୍ଷରୁ ଅଧିକ ଟେଷ୍ଟ କରାଯାଉଥିଲା । ହେଲେ ରବିବାର ମୋଟ୍ ୧୯,୨୮, ୧୨୭ଟି ନମୁନା ପରୀକ୍ଷା କରାଯାଇଛି ।
ଏହା ମଧ୍ୟରୁ ୨ଲକ୍ଷ ୨୨ହଜାରରୁ ଅଧିକ ଲୋକଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୬୭, ୫୨, ୪୪୭ରେ ପହଞ୍ଚି ଯାଇଛି । ସେହିପରି ୨୪ ଘଂଟାରେ ୩, ୦୨,୫୪୪ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୨,୩୭,୨୮,୦୧୧ରେ ପହଞ୍ଚି ଯାଇଛି । ଏବେ ଦେଶରେ ଆକ୍ଟିଭ୍ କେସ୍ ସଂଖ୍ୟା ୨୭,୨୦,୭୧୬ ରହିଛି । ଗତକାଲି ତୁଳନାରେ ଏହା ୮୪,୬୮୩ ହ୍ରାସ ପାଇଛି ।
ଏଯାଏ ୧୯,୬୦,୫୧,୯୬୨ ଜଣଙ୍କୁ କରୋନାର ରକ୍ଷା କବତ ଟିକା ଦିଆଯାଇଛି ବୋଲି ଭାରତ ସରକାର କହିଛନ୍ତି । ଦିନକରେ ମହାରାଷ୍ଟ୍ରରେ ସର୍ବାଧିକ ୧୩୨୦ ଜଣ ପ୍ରାଣ ହରାଇଥିବା ବେଳେ ଏହା ପଛକୁ କର୍ଣ୍ଣାଟକାରେ ୬୨୪ ଜଣ ଲୋକ କରୋନାରେ ଆଖି ବୁଜିଛନ୍ତି ।

Leave A Reply

Your email address will not be published.

two × 2 =