ଭଦ୍ରକ: ଆଇଏମଡି ମହାନିର୍ଦ୍ଦେଶ ମୃତ୍ୟୁଞ୍ଜୟ ସୂଚନା ଅନୁଯାୟୀ ବାତ୍ୟା ୟାସ ଅତି ଭୀଷଣକାୟ ରୂପ ଧରି ୨୬ ତାରିଖ ସକାଳେ ଭଦ୍ରକ ଜିଲ୍ଲାରେ ଚାନ୍ଦବାଲି ଓ ଧାମରା ବନ୍ଦର ନିକଟରେ ପହଂଚିବ । ଏହାକୁ ଆଖି ଆଗରେ ରଖି ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନିର୍ଦ୍ଦେଶକ୍ରମେ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ୧୪ଟି ପଂଚାୟତର ତଳିଆ ଅଂଚଳର ପ୍ରାୟ ୧୦ ହଜାର ଲୋକଙ୍କୁ ଇତିମଧ୍ୟରେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଗଲାଣି । ଏହାଛଡ଼ା ଶତାଧିକ ଗର୍ଭବତୀଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ଆଜି ଅପରାହ୍ନ ସୁଦ୍ଧା ଅବଶିଷ୍ଟ ସମସ୍ତ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି । ବାତ୍ୟାରୁ ଉଦ୍ଧାର କାର୍ଯ୍ୟ ପାଇଁ ୮ ପ୍ଲାଟୁନ୍ ଓଡ୍ରାଫ, ୪ ପ୍ଲାଟୁନ୍ ଏନ୍ଡିଆର୍ଏଫ ଟିମ୍, ୨ଟି ଫାୟାର ଟିମ୍ ଓ ଗୋଟିଏ ଫରେଷ୍ଟ ଟିମ୍ ଭଦ୍ରକରେ ମୃତୟନ କରାଯାଇଛି । ଭଦ୍ରକ ଅତିରିକ୍ତ ଜିଲ୍ଳାପାଳ ମଧୁସୂଦନ ଦାସ ଏସବୁ କାର୍ଯ୍ୟର ତଦାରଖ କରୁଥିବାର ସୂଚନା ମିଳିଛି ।