ଭୁବନେଶ୍ୱର:: ଆଜି ରାଜ୍ୟରେ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଖୋର୍ଦ୍ଧାରୁ ୭, ଅନୁଗୁଳ, ଝାରସୁଗୁଡା, କଳାହାଣ୍ଡିରୁ ୪ ଲେଖାଏଁ ମୃତ୍ୟୁ ଘଟିଛି । ସୁନ୍ଦରଗଡ ଓ ସୁବର୍ଣ୍ଣପୁରରୁ ୩ ଲେଖାଏଁ, ଗଞ୍ଜାମ ଓ କେନ୍ଦୁଝରରୁ ୨ ଲେଖାଏଁ, ଦେବଗଡ, ଯାଜପୁର, କନ୍ଧମାଳ, କୋରାପୁଟରୁ ଜଣେ ଲେଖାଏଁ ମୃତ୍ୟୁ ଘଟିଛି । ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୪୯କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ସେହିପରି ରାଜ୍ୟରେ ୨୪ ଘଂଟାରେ ୧୦ ହଜାର ୯୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟିନରୁ ୬୧୭୮ ଚିହ୍ନଟ ହୋଇଥିବରା ବେଳେ ଲୋକାଲ କେସ୍ ହେଉଛି ୪୭୬୧ । ଖୋର୍ଦ୍ଧାରୁ ସର୍ବାଧିକ ୧୨୯୮ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକରୁ ୯୨୨, ଅନୁଗୁଳ ୮୧୯, ଢ଼େଙ୍କାନାଳ ୭୬୩, ଭୟୂରଭଞ୍ଜ ୬୦୪, ଯାଜପୁର ୫୪୧, ସୁନ୍ଦରଗଡ ୫୧୨, ବୌଦ୍ଧ ୩୮୫, ବାଲେଶ୍ୱର ୩୬୧ ଓ କେନ୍ଦ୍ରାପଡାରୁ ୩୨୩ ଜଣ ଚିହ୍ନଟ ହୋଇଛନ୍ତି ।