ମୁମ୍ବାଇରେ ପେଟ୍ରେଲ ଲିଟର ୧୦୦ଟଙ୍କା ଟପିଲା

ନୂଆଦିଲ୍ଲୀ: ଦୈନିଦିନ ପେଟ୍ରୋଲ ଓ ଡିଜେଲ୍‌ର ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶର ବାଣିଜ୍ୟକ ସହର ଭାବେ ପରିଚିତ ମୁମ୍ବାଇ ଓ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଲିଟର ପିଛା ପେଟ୍ରୋଲ୍ ଦର ୧୦୦ ଟଙ୍କା ଅତିକ୍ରମଣ କରିଛି । ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ୍ ଦର ଟ.୧୦୦.୧୯ ଓ ଶ୍ରୀଗଙ୍ଗାନଗରରେ ଲିଟର ପିଛା ପେଟ୍ରୋଲ ଦର ଟ.୧୦୫.୧୫ରେ ପହଞ୍ଚିଛି । ସେହିଭଳି ମୁମ୍ବାଇରେ ଲିଟର ପିଛା ଡିଜେଲ୍ ଦର ଟ.୯୨,୧୭ ଥିବା ବେଳେ ଶ୍ରୀଗଙ୍ଗାନଗରରେ ଲିଟର ପିଛା ଡିଜେଲ୍ ଦର ଟ.୯୭.୯୯ ରହିଛି ।
ଆହୁରି ମଧ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରର ଅନ୍ୟ କେତେକ ସହରରେ ମଧ୍ୟ ପେଟ୍ରୋଲ ମଧ୍ୟ ପେଟ୍ରୋଲ ଦର ୧୦୦ ଟଙ୍କାରୁ ଉର୍ଦ୍ଧ୍ୱରେ ବିକ୍ରୟ ହେଉଛି । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ସୂଚନା ଅନୁସାରେ, ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ୨୬ ପଇସା ବୃଦ୍ଧି ପାଇବାରୁ ଲିଟର ପିଛା ଟ.୯୩.୬୮ ପେଟ୍ରୋଲ୍ ମୂଲ୍ୟ ଟ.୯୩.୯୪ରେ ପହଞ୍ଚିଛି । ସେହିଭଳି ୨୮ ପଇସା ବୃଦ୍ଧି ପାଇବାରୁ ଲିଟର ପିଛା ଟ.୮୪.୬୧ ଡିଜେଲ୍ ଦର ଏବେ ଟ.୮୪.୮୯ ହୋଇଯାଇଛି ।
କୋଲକାତାରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଯଥାକ୍ରମେ ଟ.୯୩.୯୭ ଏବଂ ଟ.୮୭.୭୪, ଚେନ୍ନାଇରେ ଯଥାକ୍ରମେ ଟ.୯୫.୫୧ ଏବଂ ଟ.୯.୬୫ ରହିଛି ।
ସୂଚନା ଯୋଗ୍ୟ ଯେ, ଗତ ୪ ତାରିଖ ଠାରୁ ତଥା ୨୬ ଦିନ ମଧ୍ୟରେ ଆଜି ପର୍ଯ୍ୟନ୍ତ ଉପରୋକ୍ତ ଇନ୍ଧନ ଦର କ୍ରମାଗତ ୧୫ଥର ବୃଦ୍ଧି ପାଇଲାଣି । ପେଟ୍ରୋଲ ଲିଟରରେ ୩.ଟ ୫୪ ପ, ଓ ଡିଜେଲ୍ ଲି. ୪ଟ. ୧୬ ପ. ବୃଦ୍ଧି ପାଇଛି । ଆଗକୁ ମଧ୍ୟ ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି । ଜିଏସ୍‌ଟି ଏବଂ ‘ଭ୍ୟାଟ୍‌’ ଯୋଗୁଁ ଦେଶର ରାଜ୍ୟମାନଙ୍କରେ ଇନ୍ଧନ ଦରରେ ପ୍ରଭେଦ ଦେଖା ଦେଉଛି ।

Leave A Reply

Your email address will not be published.

eighteen + twelve =