ଦେଶରେ ୧,୬୫,୫୫୩ ସଂକ୍ରମିତ: ୩୪୬୦ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକରେ ଆଉ ୧,୬୫, ୫୫୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହସହ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷରେ ସୀମିତ ରହୁଛି । ସେହିପରି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୮,୯୪ ୮୦୦କୁ ବୃଦ୍ଧି ପାଇଛି । ମାତ୍ର ଦୈନିକ ମୃତ୍ୟୁ ୩ହଜାର ଅତିକ୍ରମ କରୁଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୩,୪୬୦ ଆକ୍ରାନ୍ତ ଆଖି ବୁଜିଛନ୍ତି । ଫଳରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୨୫, ୯୭୨ରେ ପହଞ୍ଚିଛି । ୨୪ ଘଂଟାରେ ଆଉ ୨ଲକ୍ଷ ୭୬ ହଜାର ୩୦୯ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ୍ ୨,୫୪,୫୪,୩୨୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୧,୧୪,୫୦୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏଯାଏଁ ୨୧,୨୦,୬୬,୬୧୪ ଟିକା ନେଇ ସାରିଛନ୍ତି । ସୂଚନାଯୋଗ୍ୟ ଯେ, ମହାମାରୀ କରୋନାରେ ଦେଶର ସର୍ବାଧିକ ପ୍ରଭାବିତ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ପଶ୍ଚିମବଙ୍ଗ, ପଞ୍ଜାବ, ଛତିଶଗଡ, ଆନ୍ଧ୍ର ଏବଂ ତାମିଲନାଡୁରେ ସଂକ୍ରମଣ ଦିନକୁ ଦିନ ହାସପାଇବାରେ ଲାଗିଛି । ତେବେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପଇଁ ସମ୍ପୃକ୍ତ ରାଜ୍ୟ ଗୁଡିକରେ ଲକ୍‌ଡାଉନ୍ ବଳବତର ରହିଛି ।

Leave A Reply

Your email address will not be published.

seven − 2 =