ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ମହାସ୍ନାନ

ପୁରୀ: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ଦେବସ୍ନାନ୍ ପୂର୍ଣ୍ଣମିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମହାସ୍ନାନ ନୀତି ବିନା ଭକ୍ତିରେ ଅନୁଷ୍ଠିତ ହେବ । ଜିଲ୍ଲା ପାଳ ସମର୍ଥ ବର୍ମା ଆଜି ଏହି ସୂଚନାହ ଦେଇ କହିଚନ୍ତି ଯେ, ପ୍ରଶାସନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ଗ୍ରହଣ କରିଛି । ଆସନ୍ତା ୨୪ ତାରିଖ୍ ଦିନ ଷ୍ଟାନ୍ ପୂର୍ଣ୍ଣିମାରେ ମହାପଭୁଙ୍କର ମହାସ୍ନାନ ନୀତି ଅନୁଷ୍ଠିତ ହେବ । ଏହି ନୀତି ପାଇଁ କେବଳ ଦଇତା ପତି ସେବାୟତ ମାନେ କରିଥାନ୍ତି । ଖୁବ୍ ଶୀଘ୍ର ଚୂଡାନ୍ତ ନିଷ୍ପତି ପରେ ଏସ୍‌ଓପି ଜାରୀ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ସୂଚନା ଯୋଗ୍ୟ ଯେ, ଗତବର୍ଷ ମଧ୍ୟ ମହାମାରୀ କରୋନା ସଂକ୍ରମଣ ଯୋଗୁଁ ମହାପ୍ରଭୁଙ୍କ ଦେବସ୍ନାନ ନୀତି ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

two × four =