କରୋନାରେ ୯୩୦୦ଶିଶୁ ଅନାଥ

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣରେ ଦେଶରେ ୯୩୦୦ ଶିଶୁ ସେମାନଙ୍କ ମା’ ବାପାଙ୍କୁ ହରାଇ ଅନାଥ ହୋଇଛନ୍ତି ବୋଲି ଜାତୀୟ ଶିଶୁ ଅଧିକାର ସୂରକ୍ଷା ଆୟୋଗ (ଏନ୍‌ସିପିଆର) ପକ୍ଷରୁ ଏ ନେଇ ଆଜି ସୁପ୍ରିମ୍‌କୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଛି । ଏହି ଅନାଥ ପିଲାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଳାଗି ୬-ସୂତ୍ରୀ ଯୋଜନା କରାଯାଇଛି ବୋଲି ଆୟୋଗଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରେ ଦର୍ଶାଯାଇଛି ।
ସତ୍ୟପାଠ ଅନୁସାରେ, ନୂତନ ଭାବେ ପ୍ରସ୍ତୁତ ହୋଇଥିବା ବାଲ୍ ସ୍ୱରାଜ୍ ପୋର୍ଟାଲ୍‌ରେ ୯୩୪୬ କ୍ଷତିଗ୍ରସ୍ତ ଶିଶୁଙ୍କ ତଥ୍ୟ ଅପଲୋଡ୍ କରାଯାଇଛି । ଏହି ଶିଶୁମାନଙ୍କ ମଧ୍ୟରେ ୧୭୪୨ ଶିଶୁ ସେମାନଙ୍କ ମା’ ବାପାଙ୍କୁ ହରାଇଥିବା ବେଳେ ୭୪୬୪ ଜଣ କେବଳ ମା’ କିମ୍ବା କେବଳ ବାପାଙ୍କୁ ହରାଇଛନ୍ତି । ୧୪୦ ଶିଶୁ ମହାମାରୀ ସମୟରେ ନିଖୋଜ ହୋଇଯାଇଛନ୍ତି । ୨୦୨୦ ମାର୍ଚ୍ଚରୁ ୨୦୨୧ ମେ’ ୨୯ ସୁଦ୍ଧା ଏହି ତଥ୍ୟ ସଂଗ୍ରହ କରାଯାଇଛି ।
୯୩୪୬ ଶିଶୁଙ୍କ ମଧ୍ୟରୁ ୧୨୨୪ ଜଣ ନିଜର ଅନ୍ୟ ଅଭିଭାବକଙ୍କ ପାଖରେ ରହୁଛନ୍ତି । ୯୮୫ ଜଣ ଅନ୍ୟ କିଛି ଅଭିଭାବକଙ୍କ ଅଧୀନରେ ରହିଛନ୍ତି । ୩୧ ପିଲାଙ୍କୁ ସ୍ୱତନ୍ତ୍ର ପୋଶ୍ୟ ସଂସ୍ଥାକୁ ପଠାଯାଇଛି । ସତ୍ୟପାଠ ଅନୁସାରେ, ଉଭୟ ଅଭିଭାବକଙ୍କୁ ହରାଇଥିବା କିମ୍ବା ନିଖୋଜ ହୋଇଯାଇଥିବା ସର୍ବାଧିକ ଶିଶୁ ମଧ୍ୟପ୍ରଦେଶର । ଏହି ରାଜ୍ୟରେ ୩୧୮ ।ଶିଶୁ ଅନାଥ୍ ହୋଇଯାହଇଥିବା ବେଳେ ୧୦୮ ଜଣ ନିଖୋଜ ହୋଇଯାଇଛି । ଉତରପ୍ରଦେଶରେ ସର୍ବାଧିକ ୧୮୩୦ ଶିଶୁ ରହିଛନ୍ତି ଯେଉଁମାନେ ସେମାନଙ୍କର ମା’ କିମ୍ବା ବାପାଙ୍କୁ ହରାଇଛନ୍ତି । ଶିଶୁମାନଙ୍କ ମଧ୍ୟର ୪ରୁ ୭ ବର୍ଷ ବୟସ ମଧ୍ୟରେ ୧୫୧୫ ଜଣ ରହିଛନ୍ତି । ସେହିପରି ୮ରୁ ୧୩ ବର୍ଷ ମଧ୍ୟରେ ୩୭୧୧ ଜଣ, ୧୪ରୁ ୧୫ ବର୍ଷ ମଧ୍ୟରେ ୧୬୨୦ ଏବଂ ୧୭ବର୍ଷ ମଧ୍ୟରେ ୧୭୧୨ ଜଣ ରହିଛନ୍ତି ।

Leave A Reply

Your email address will not be published.

15 − 10 =