ରାଜ୍ୟରେ କମିଲା ସଂକ୍ରମଣ: ବଢିଲା ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଂଟା ମଧ୍ୟରେ ଓଡିଶାରେ ୮୭୩୫ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୨ ଜଣ ଆକ୍ରାନ୍ତ ଥିତବା ଜଣାଯାଇଛି । ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୪୮୯୨ ଏବଂ ସ୍ଥାନୀୟ ସଂକ୍ରମିତ ୩୮୪୩ ଜଣ ରହିଛନ୍ତି । ସେହିଭଳି ଦିନକ ମଧ୍ୟରେ ରାଜ୍ୟରେ ୩୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏଥିସହିତ ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୨୭୯୧କୁ ବୃଦ୍ଧିପାଇଛି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୫୬, ବାଲେଶ୍ୱର ୫୬୬, ବରଗଡ ୧୯୩, ଭଦ୍ରକ ୧୪୭, ବଲାଙ୍ଗୀର ୪୯, ବୌଦ୍ଧ ୧୩୭, କଟକ ୬୭୩, ଦେବଗଡ ୬୩, ଏବଂ ଢେଙ୍କାନାଳରୁ ୫୦୩, ଗଜପତିରୁ ୮୦, ଗଞ୍ଜାମ ୧୫୬, ଜଗତସିଂହପୁର ୩୮୨, ଯାଜପୁର ୫୦୭, ଝାରସୁଗୁଡା ୧୫୭, କଳାହାଣ୍ଡି ୧୭୭, କନ୍ଧମାଳ ୬୫, କେନ୍ଦ୍ରାପଡା ୩୮୭, କେନ୍ଦୁଝର ୧୭୯, କୋରାପୁଟ ୨୫୫, ମାଲକାନଗିରି ୯୬, ମୟୁରଭଞ୍ଜ ୩୪୨, ନବରଙ୍ଗପୁର ୨୬୪, ନୟାଗଡ ୨୮୫, ନୂଆପଡା ୪୦, ପୁରୀ ୪୬୭, ରାୟଗଡା ୯୦, ସମ୍ବଲପୁର ୧୭୭, ସୋନପୁର ୧୫୬, ସୁନ୍ଦରଗଡ ୨୪୪ ଏବଂ ଷ୍ଟେଟପୁଲରୁ ୨୨୦ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ମୋଟ ୮୯୯୫୬ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି ।
ଅନ୍ୟପକ୍ଷରେ ୧୫ଟି ଜିଲ୍ଳାରୁ ଏହି ୩୭ ଜଣଙ୍କ ମୃତ୍ୟୁ ଖବର ଆସିଛି । ସେମାନଙ୍କ ମଧ୍ୟରେ ଅନୁଗୋଳ ଜିଲ୍ଳାରୁ ସର୍ବାଧିକ ୫ଜଣ ଅଛନ୍ତି । ଆଜିର ରିପୋର୍ଟକୁ ମିଶାଇ ଲଗାତାର ୬ଦିନ ହେଲାଣି ଏହି ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ଆସିଛି । ୬ଦିନ ହେଲାଣି ଏଠାରୁ ୫ଜଣ ଲେଖାଁଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହା ସହିତ ଜିଲ୍ଲାରେ ଏଯାବତ୍ ୧୧୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଲାଣି । ସେହିପରି ଏହି ୩୭ ମୃତକଙ୍କ ମଧ୍ୟରେ କଟକ ଓ କଳାହାଣ୍ଡି ଜିଲ୍ଲାରୁ ୪ଜଣ ଲେଖାଁଏ ଥିବା ବେଳେ ଝାରସୁଗୁଡା, ଖୋର୍ଦ୍ଧା, ନବରଙ୍ଗପୁର ଓ ସୁନ୍ଦରଗଡ ଜିଲ୍ଲାରୁ ୩ଜଣ ଲେଖାଁଏ ପ୍ରାଣ ହରାଇଛନ୍ତି । କେନ୍ଦ୍ରାପଡା, ନୂଆପଡା, ରାୟଗଡା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୨ଜଣ ଲେଖାଁଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗିର, ଗଜପତି, ଗଞ୍ଜାମ ଓ କୋରାପୁଟରୁ ଜଣେ ଲେଖାଁଏ ପ୍ରାଣ ହରାଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି ପାଇଥିବା ବେଳେ କଟକରେ ୧୬୫, ଗଜପତିରେ ୫୮, ଗଞ୍ଜାମରେ ୨୮୪, ଝାରସୁଗୁଡାରେ ୫୪, କଳାହାଣ୍ଡିରେ ୧୧୬, କେନ୍ଦ୍ରାପଡାରେ ୫୦, ଖୋର୍ଦ୍ଧାରେ ୪୭୧, କୋରାପୁଟରେ ୪୨, ନବରଙ୍ଗପୁରରେ ୩୮, ନୂଆପଡାରେ ୫୮, ରାୟଗଡାରେ ୧୦୯, ସୁବର୍ଣ୍ଣପୁରରେ ୩୩ ଓ ସୁନ୍ଦରଗଡ ଜିଲ୍ଲାରେ ୨୭୦କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.

7 − 4 =