ଦେଶରେ ଶିଶୁମାନଙ୍କୁ ଦିଆଯିବ ଫାଇଜର ଟିକା

ନୂଆଦିଲ୍ଳୀ: ଦେଶରେ କରୋନାର ଦ୍ୱିତୀୟ ଲହର ଏବେ କମୁଥିବା ଦେଖିବାକୁ ମିଳିଛି । ହେଲେ ବିଶେଷଜ୍ଞମାନେ ତୃତୀୟ ଲହରକୁ ନେଇ ଚେତାବନୀ ଦେଇସାରିଲେଣି । ତୃତୀୟ ଲହର ଶିଶୁମାନଙ୍କ ପ୍ରତି ଅଧିକ ବିପଦ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏଭଳି ସ୍ଥଳେ ଦେଶରେ ଶିଶୁମାନଙ୍କ ପାଇଁ କୋଭିଡ ଟିକା ନଥିବା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇଛି । ଅନ୍ୟପଟେ ଆମେରିକାର ଟିକା ପ୍ରସ୍ତୁତ କାରୀ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଡ-୧୯ ଟିକା ଫାଇଜରକୁ ଶିଶୁମାନଙ୍କ ଠାରେ ଦିଆଯାଉଛି । ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି କି, ଫାଇଜର ଟିକାକୁ ଭାରତରେ ଶିଶୁ ମାନଙ୍କୁ ବି ଦିଆଯିବ ।
ଅନ୍ୟପଟେ ବୁଧବାର ଦିନ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି କି ଖୁବଶୀଘ୍ର ମଡର୍ଣ୍ଣା ଓ ଫାଇଜର ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯିବ । କହିରଖୁ କି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି ସେହି ସବୁ ଟିକାକୁ ଭାରତରେ ସ୍ଥାନୀୟ ପରୀକ୍ଷଣ ବିନା ବ୍ୟବହାର ପାଇଁ ଅନୁମତି ଦେବାକୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ନିଷ୍ପତ୍ତି ନେଇଛି । ଏହି ଆଧାରରେ ଗୁଲେରିଆ କହିଛନ୍ତି କି ଖୁବ୍ ଶୀଘ୍ର ଭାରତରେ ଶିଶୁ ଓ ବୟସ୍କ ଲୋକଙ୍କ ପାଇଁ ଫାଇଜର ଟିକା ବ୍ୟବହାର ହେବାକୁ ଯାଉଛି । ପୂର୍ବ ସପ୍ତାହରେ ଟିକାର ଅଭାବକୁ ଅନୁଭବ କରି ନୀତି ଆୟୋଗର ସଦସ୍ୟ ଡାକ୍ତର ବି.କେ ପାଲ କହିଥିଲେ କି ଭାରତକୁ ଖୁବଶୀଘ୍ର ଫାଇଜର ଟିକା ମିଳିପାରେ । ସେ ଆଶା କରିଥିଲେ କି ଜୁଲାଇ ମାସ ସୁଦ୍ଧା ଦେଶକୁ ଫାଇଜର ଟିକା ମିଳିଯିବ । ଅନ୍ୟପଟେ ଆମେରିକାର ଫାର୍ମା କମ୍ପାନୀ ଫାଇଜର ଦାବି କରିଛି କି ଭାରତରେ ଦେଖାଦେଇଥିବା କରୋନା ଭୂତାଣୁର ଭାରିଏଣ୍ଟ ବିରୋଧରେ ଫାଇଜର ଟିକା ବେସ୍ ପ୍ରଭାବଶାଳୀ ହେବ । ଏହାସହ ଟିକାର ଷ୍ଟୋରେଜକୁ ନେଇ ବି କମ୍ପାନୀ ଚର୍ଚ୍ଚା କରିଛି । ଜୁଲାଇ ମାସ ସୁଦ୍ଧା ଭାରତକୁ ୫ କୋଟି ଡୋଜ୍ ଦେବାକୁ କମ୍ପାନୀ ପ୍ରସ୍ତୁତ ଥିବା କଥା କହିଛି । ନୂଆଦିଲ୍ଳୀ, ୪/୬ (ଏଜେନ୍ସି): ଦେଶରେ କରୋନାର ଦ୍ୱିତୀୟ ଲହର ଏବେ ବି ଥମି ନାହିଁ । ହେଲେ ତୃତୀୟ ଲହର ଆସିବା ପୂର୍ବରୁ ପୁରା ଦେଶବାସୀ ଭୟଭିତ ଅବସ୍ଥାରେ ରହିଛନ୍ତି । ବୈଜ୍ଞାନିକ ମାନେ ଅନୁମାନ କରୁଛନ୍ତି କି, ତୃତୀୟ ଲହର ବିଶେଷ ଭାବେ ଶିଶୁମାନଙ୍କ ପାଇଁ ବେଶି ବିପଦ ଆଣିବ । ହେଲେ କରୋନା ସଂକ୍ରମଣକୁ ନଜର କଲେ ଜଣାଯାଏ ଯେ କରୋନାରେ କେବଳ ୨ ଟି ରାଜ୍ୟରେ ୯୦ ହଜାର ଶିଶୁ ସଂକ୍ରମିତ ହୋଇଛନ୍ତି ।
ଗଣମାଧ୍ୟମର ସୂଚନା ମୁତାବକ କେବଳ ମେ ମାସରେ ମହାରାଷ୍ଟ୍ରରେ ୯ ହଜାର ଶିଶୁ ସଂକ୍ରମିତ ହୋଇଛନ୍ତି । ସେହିପରି ତେଲେଙ୍ଗାନରେ ମାର୍ଚ୍ଚ ରୁ ମେ ମାସ ମଧ୍ୟରେ ୩୭.୩୩୨ ଜଣ ଶିଶୁ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ଜୋରଦାର କରିଛି । କରୋନାର ଏହି ଲହର ଏବେ ନବଜାତ ଶିଶୁଙ୍କ ଠାରୁ ଆରମ୍ଭ କରି ୧୯ ବର୍ଷର ଯୁବକ ମାନଙ୍କ ମଧ୍ୟରେ ବେଶି ସଂକ୍ରମଣ ଦେଖିବାକୁ ମିଳିଛି । କହିରଖୁ କି କରୋନାର ପ୍ରଥମ ଲହରରେ ତେଲେଙ୍ଗାନାରେ ୧୫ ଅଗଷ୍ଟ ୨୦୨୦ ରୁ ସେପ୍େଟମ୍ବର ମାସ ମଧ୍ୟରେ ୧୯,୮୨୪ ଜଣ ଶିଶୁ କରୋନାରେ ସଂକ୍ରମିତ ହୋଇଥିଲେ । ମଧ୍ୟ ପ୍ରଦେଶରେ ବି ସ୍ଥିତି ଗମ୍ଭୀର ରହିଛି । କରୋନା ସଂକ୍ରମଣ ଆରମ୍ଭରୁ ଏପର୍ଯ୍ୟନ୍ତ ରାଜ୍ୟରେ ୫୪ ହଜାର ପିଲା କରୋନା କବଳରେ କବଳିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୦ ରୁ ୧୮ ବର୍ଷ ବୟସ୍କ ପିଲା ଅଛନ୍ତି । ବିଶେଷଜ୍ଞଙ୍କ ତରଫରୁ ତୃତୀୟ ଲହରର ଆଶଙ୍କା ମଧ୍ୟରେ ଶିଶୁରୋଗ ବିଶେଷଜ୍ଞ ମାନେ କହିଛନ୍ତି କି ତୃତୀୟ ଲହର ଯଦି ଦୃତଗତିରେ ବଢିଚାଲିବ ତେବେ ପରିସ୍ଥିତି ଅସମ୍ଭାଳ ହେବ । ଶିଶୁରୋଗ ବିଶେଷଜ୍ଞ ମାନେ କହିଛନ୍ତି କି ଦେଶରେ ଶିଶୁ ମାନଙ୍କୁ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣର ଆଇସିୟୁ ବେଡର ବ୍ୟବସ୍ଥା ନାହିଁ । ଅନ୍ୟପଟେ ଦେଶରେ ୦ ରୁ ୧୮ ବର୍ଷ ପିଲାମାନଙ୍କୁ ଟିକା ଦେବା ନେଇ ସରକାର କୌଣସି ଯୋଜନା ପ୍ରସ୍ତୁତ କରି ନାହାନ୍ତି ।

Leave A Reply

Your email address will not be published.

10 − four =