ଟିକାକରଣରେ ଆମେରିକାକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ଟିକାକରଣରେ ଭାରତ ଆମେରିକାକୁ ଅତିକ୍ରମ କରିଛି ବୋଲି ଟିକାକରଣ ଟାକ୍ସଫୋର୍ସ ମୁଖ୍ୟ ଡଃ ଭିକେ ପାଲ୍ କହିଛନ୍ତି । ସେ କହିଛନ୍ତି ଯେ, ଭାରତରେ କୋଭିଡ ଟିକାର ଅତି କମରେ ଗୋଟିଏ ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ୧୭.୨ କୋଟି ଥିବାବେଳେ ଆମେରିକାରେ ଏହି ସଂଖ୍ୟା ୧୬.୯ କୋଟି ରହିଛି । ସଂଖ୍ୟାକୁ ଦେଖିଲେ ଆମେରିକାକୁ ଭାରତ ପଛରେ ପକାଇ ଦେଇଛି । ଭାରତ ଟିକାକରଣ ଅଭିଯାନରେ କ୍ରମାଗତ ଭାବରେ ଆଗକୁ ବଢ଼ୁଛି । ଆଗାମୀ ଦିନରେ ଏହା ଆହୁରି ତ୍ୱରାନ୍ୱିତ ହେବ” ସେ କହିଛନ୍ତି । ସେ କହିଛନ୍ତି,ଯେତେବେଳେ କରୋନା ସଂକ୍ରମିତ ହ୍ରାସ ପାଉଛି । ଲୋକମାନେ ପୁଣିଥିରେ ଜାନୁଆରୀ ଏବଂ ଫେବୃଆରୀ ଭଳି ଆଚରଣ ଆପଣାଇଲେଣି । କିନ୍ତୁ ଭାଇରସ ପୁଣିଥରେ କେବେ ବି ଆକ୍ରାମଣାତ୍ମକ ହୋଇପାରେ ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ କହିଛନ୍ତି ଯେ ଦୈନିକ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି । ମେ ୭ରେ ସର୍ବାଧିକ ସଂଖ୍ୟକ ସଂକ୍ରମଣ ରିପୋର୍ଟ ହୋଇଥିଲା । ଏବେ ଏହି ତାରିଖର ସଂଖ୍ୟାକୁ ହିସାବ କଲେ ଭାରତରେ ୬୮ ପ୍ରତିଶତ ସଂକ୍ରମଣ ହ୍ରାସ ଘଟିଛି । ସେହିପରି ମେ ୧୦ରୁ ଆରୋଗ୍ୟ ସଂଖ୍ୟା ସଂକ୍ରମିତ ସଂଖ୍ୟା ତୁଳନାରେ ଏପର୍ଯ୍ୟନ୍ତ ଉଚ୍ଚରେ ରହିଛି । ଟିକାକରଣରେ ଆମେରିକାକୁ ପଛରେ ପକାଇଲା ଭାରତ

Leave A Reply

Your email address will not be published.

twelve − twelve =