ଦୁଇ ଦିନରେ ଆଠଗଡରେ ୧୧୯ କରୋନା ଆକ୍ରାନ୍ତ

ଆଠଗଡ: ଆଠଗଡରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ । ଶୁକ୍ରବାର ଓ ଶନିବାର ଦୁଇ ଦିନରେ ଆଠଗଡ ଅଞ୍ଚଳରୁ ପୁଣି ୧୧୯ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ଚିନ୍ତାଜନକ ବିଷୟ । ଶୁକ୍ରବାର ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ୫୩ଜଣଙ୍କର ଆଣ୍ଟିଜେନ ପରୀକ୍ଷଣରୁ ୧୭ ଓ ଏଠାରୁ ଗତ ୨ ତାରିଖରେ ସଂଗୃହୀତ ୪୬ଜଣଙ୍କର ସ୍ୱାବ୍ ନମୁନାର ଆରଟିପିସିଆର ପରୀକ୍ଷାରୁ ୯ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବ୍ରହ୍ମପୁର ସିଏଚସିରେ ୫୩ଜଣଙ୍କର ଆଣ୍ଟିଜେନ ପରୀକ୍ଷଣରୁ ୧୬ଜଣ, ମୁଶୁଳିଆଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ଶିବିରରେ ୧୦୦ଜଣଙ୍କର ଆଣ୍ଟିଜେନ ପରୀକ୍ଷଣରୁ ୨୨ଜଣ ଏବଂ ବ୍ରହ୍ମପୁର ସିଏଚସିରେ ୪ତାରିଖ ଆରଟିପିସିଆର ପରୀକ୍ଷାରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏତଦ୍ ବ୍ୟତୀତ ଖୁଣ୍ଟୁଣୀ ଡାକ୍ତରଖାନାରେ ୪୨ଜଣଙ୍କର ଆଣ୍ଟିଜେନ ପରୀକ୍ଷଣରୁ ୬ଜଣ ସଂକ୍ରମିତ ମଧ୍ୟ ଚିହ୍ନଟ ହୋଇଛନ୍ତି । ଆଠଗଡ ଡାକ୍ତରଖାନାରେ ୫୦, ବ୍ରହ୍ମପୁର ସିଏଚସିରେ ୧୮ (ପୃଷ୍ଠା-୮)

Leave A Reply

Your email address will not be published.

thirteen − 1 =