ଓଏଟି ଉଚ୍ଛେଦ କାଏମ

କଟକ: ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ (ଓଏଟି) ଉଚ୍ଛେଦ ନିଷ୍ପତିକୁ ଓଡିଶା ହାଇକୋର୍ଟ କାଏମ ରଖିବା ସଙ୍ଗେ ସଙ୍ଗେ ୨୦୧୯ ଅଗଷ୍ଟ ୭ ରାୟକୁ ଚ୍ୟାଲେଂଜ କରି ଦାୟର ହୋଇଥିବା ୬ଟି ରିଟ୍ ପିଟିସନ୍‌କୁ ଖାରଜ କରି ଦେଇଛନ୍ତି ।
୨୦୧୯ ଜୁଲାଇରେ ଓଏଟି ଉଚ୍ଛେଦ ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହାକୁ ଚ୍ୟାଲେଂଜ କରି କଟକ ଓଏଟି ବାର ଆସୋସିଏସନ ଓଡିଶା ହାଇକୋର୍ଟରେ ପିଟିସନ୍ ଦାୟର କରିଛନ୍ତି । ୨୦୧୯ ଅଗଷ୍ଟ ୭ରେ ଓଡିଶା ହାଇକୋର୍ଟ ଆବେଦନର ଶୁଣାଣୀ କରି ପିଟିସନ୍‌କୁ ଖାରଜ କରିଦେଇଥିଲେ । ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିରେ ମୋହର ମାରିଥିଲେ । ରାୟର ପୂନ୍ନରବିଚାର ପାଇଁ ପୁଣି ଥରେ କଟକ ଓଏଟି ବାର ଆସୋସିଏସନ, ଭୁବନେଶ୍ୱର ବାର ଆସୋସିଏସନ୍ ଓ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଉନ୍ନୟନ ସଂଘ, ସମେତ ୬ଟି ରିଟ୍ ପିଟିସନ ଦାଖଲ ହୋଇଥିଲା । ସମସ୍ତ ୬ଟି ଯାକ ଆବେଦନର ଶୁଣାଣୀ କରି ହାଇକୋର୍ଟ ଖାରଜ କରିଦେଇଛନ୍ତି ।

Leave A Reply

Your email address will not be published.

sixteen + 8 =