ୟାସ’ ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ୟାସ୍‌ର କ୍ଷୟକ୍ଷତି ଆକଳନ ପାଇଁ ୨ଦିନିଆ ଓଡିଶା ଗ୍ରସ୍ତରେ ଥିବା କେନ୍ଦ୍ରୀୟ ଅନୁଧ୍ୟାନ କାରୀ ଟିମ୍ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେହିପରି ଆସନ୍ତା କାଲି କେନ୍ଦ୍ରାପଡା ଓ ମୟୁରଭଞ୍ଜ ଜିଲ୍ଳାର କ୍ଷତିଗ୍ରସ୍ତ ଅଞ୍ଚଳ ଅନୁଧ୍ୟାନ କରିବେ । କେନ୍ଦ୍ର ସ୍ୱାରାଷ୍ଟ୍ରମନ୍ତ୍ରାଳୟର ଯୁଗ୍ମ ଶଚିବ ସୁନିଲ୍‌କୁମାର ବର୍ନାଲାଙ୍କ ନେତୃତ୍ୱରେ ଆସିଥିବା ୨ଦିନିଆ ଟିମ୍ ଦୁଇ ଭାଗରେ ବିଭକ୍ତ ହୋଇ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଗ୍ରସ୍ତ କରିଛନ୍ତି । କ୍ଷୟକ୍ଷତି ନେଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ କେନ୍ଦ୍ରୀୟ ଟିମ୍ । ଆଜି ଏନେଇ ଏସଆରସି ପିକେ ଜେନା ହୋଟେଲ ମେ ଫେୟାରରେ ଏକ ବୈଠକ କରିଥିଲେ । ଏଥିରେ ବାତ୍ୟା ୟସ କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମକୁ ଅବଗତ କରାଯାଇଛି । କ୍ଷୟକ୍ଷତି ଆକଳନ କରିବା ପାଇଁ ଓଡ଼ିଶା ଆସିଛନ୍ତି ଆନ୍ତଃମନ୍ତ୍ରୀ ସ୍ତରୀୟ କେନ୍ଦ୍ରୀୟ ଟିମ୍ ।

Leave A Reply

Your email address will not be published.

5 × four =