କୋଭାକ୍ସିନ ଠାରୁ କୋଭିସିଲ୍ଡ ଅଧିକ ପ୍ରଭାବଶାଳୀ

ନୂଆଦିଲ୍ଲୀ : ମହାମାରୀ କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ମଧ୍ୟରୁ ଆଷ୍ଟ୍ରାଜେନ୍ ଏବଂ ସେରମ୍ ଇନ୍‌ଷ୍ଟିଚ୍ୟୁ୍‌ଟ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକା ଅଧିକ ପ୍ରଭାବଶାଳୀ ବୋଲି ଏକ ଅନୁଦାନରୁ ଜଣାପଡିଛି ।
ଏହି ଅଧ୍ୟୟନ କରୋନା ଟିକା ଇନଡେକ୍ଟେଡ ଆଣ୍ଟିବଡି ଟାଇଟର୍ ଦ୍ୱାରା କରାଯାଇଛି । ଏହି ଅଧ୍ୟୟନରେ ଡାକ୍ତର ଏବଂ ନର୍ସମାନେ ସାମିଲ ହୋଇଥିଲେ । ଏହି ପରୀକ୍ଷା ସମୟରେ ଲୋକମାନେ ଦୁଇଟି ଟିକାର ଗୋଟିଏ ଗୋଟିଏ ଡୋଜ ନେଇଥିଲେ । ଯେଉଁଥିରୁ ଜଣାପଡ଼ିଛି ଯେ ଉଭୟ ଟିକା ପ୍ରଭାବଶାଳୀ କିନ୍ତୁ କୋଭିଶିଲ୍ଡର ଆଣ୍ଟିବଡି ହାର ଭଲ ।
୪୫୬ ଜଣ କୋଭିଶିଲ୍ଡର ପ୍ରଥମ ଡୋଜ ଏବଂ ୮୬ ଜଣ କୋଭାକ୍ସିନର ପ୍ରଥମ ଡୋଜ ନେଇଥିଲେ । ଏହାପରେ ୭୯.୩ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ତିଆରି ହୋଇଥିଲା । ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନେ କୋଭିଶିଲ୍ଡ ନେଇଛନ୍ତି ସେମାନଙ୍କ ମଧ୍ୟରେ ୮୬.୮ ପ୍ରତିଶତ ଆଣ୍ଟିବଡି ଏବଂ କୋଭାକ୍ସିନ ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୪୩.୮ ପ୍ରତିଶତ ଆଣ୍ଟିବଡି ତିଆରି ହୋଇଛି ।
ଅଧ୍ୟୟନରୁ ଜଣାପଡିଛି ଯେ କୋଭାଶିଲ୍ଡ ନେବା ପରେ ଶରୀରରେ ଭଲ ଆଣ୍ଟିବଡି ତିଆରି ହୁଏ ଏବଂ ଯେଉଁମାନେ କୋଭାଶିଲ୍ଡ ନେଇଛନ୍ତି ସେମାନଙ୍କ ଶରୀରରେ କୋଭାକ୍ସିନ ତୁଳନାରେ ଅଧିକ ଆଣ୍ଟିବଡି ବିକଶିତ ହୁଏ । ଅଧ୍ୟୟନର ଫଳାଫଳ ଅନୁଯାୟୀ ଉଭୟ ଟିକା କରୋନା ଭାଇରସ ଉପରେ ପ୍ରଭାବଶାଳୀ ।
ସୂଚନାଯୋଗ୍ୟ, କୋଭିଶିଲ୍ଡ ଟିକା କମ୍ପାନୀ ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ ଅଧର ପୁନାୱାଲାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବି ହୋଇଛି । ଲକ୍ଷ୍ନୌର ଜଣେ ବ୍ୟକ୍ତି ମାମଲା ରୁଜୁ କରିବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗକାରୀ କହିଛନ୍ତି ସେ କୋଭିଶିଲ୍ଟ ଟିକା ନେବା ପରେ ବି ତାଙ୍କ ଶରୀରରେ ଆଣ୍ଟିଜେନ ବଢୁନାହିଁ । ତେଣୁ ସେ ପୁନାୱାଲାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଚାହୁୁଁଛନ୍ତି ବୋଲି ଥାନାରେ ଏତଲା ଦେଇଛନ୍ତି । ଏହାପରେ କୋଭିଶିଲ୍ଡ ଟିକା ଆଣ୍ଟିବଡି ତିଆରି କରୁନି ବୋଲି ଅଭିଯୋଗ ହେଉଥିଲା ।

Leave A Reply

Your email address will not be published.

1 × three =