ଭୁବନେଶ୍ୱର : କର୍ମଚାରୀଙ୍କ ପାଇଁ ଆସିଲା ଖୁସିଖବର । ସପ୍ତାହର ଶେଷ ଦିନରେ ବି ଆସିବ ସାଲାରୀ । ଏବେ ଆଉ ଆପଣଙ୍କ ଦରମା ପାଇଁ ଆପଣଙ୍କୁ ଶନିବାର ଏବଂ ରବିବାର ଅର୍ଥାତ ସପ୍ତାହ ଶେଷ ହେବାର ଅପେକ୍ଷା କରିବାକୁ ପଡିବ ନାହିଁ । ନ୍ୟାସନାଲ୍ ଅଟୋମେଟେଡ୍ କ୍ଲିୟରିଂ ହାଉସ ବା ଏନଏସିଏଚ୍ ନିୟମରେ ପରିବର୍ତନ କରିଛି ଆରବିଆଇ । ଏହି ସୁବିଧା ଆସନ୍ତା ଅଗଷ୍ଟ ମାସ ୧ ତାରିଖରୁ ସପ୍ତାହର ସାତ ଦିନ ଉପଲବ୍ଧ ହେବ । ବର୍ତମାନ ଏହି ସୁବିଧା ଆପଣଙ୍କୁ ସେତେବେଳେ ମିଳୁଥିଲା, ଯେତେବେଳେ କି ବ୍ୟାଙ୍କ ଗୁଡିକ ଖୋଲା ରହୁଥିଲା । ସାଧାରତଣଃ ସୋମବାରରୁ ଶୁକ୍ରବାର ମଧ୍ୟରେ ହିଁ ଏନଏସିଏଚର ସୁବିଧା ମିଳୁଥିଲା ।