ଚୀନରୁ ମିଳିଲା ଡାଇନୋସର ପୂର୍ଣ୍ଣାଙ୍ଗ କଙ୍କାଳ!

ବେଜିଂ: ଜୀବାଶ୍ମବିଜ୍ଞାନୀମାନେ ଚୀନର ଦକ୍ଷିଣ ପଶ୍ଚିମରେ ଜୁରାସିକ ସମୟର ଏକ ଜୀବାଶ୍ମ ଠାବ କରିଛନ୍ତି, ଯାହାର ପ୍ରାୟ ୭୦% ଅକ୍ଷତ ରହିଛି ଏବଂ ଏହା ଏକ ଡାଇନୋସରର ଜୀବାଶ୍ମ ଏବଂ ତାହାର ଲମ୍ବ ପ୍ରାୟ ୮ ମିଟର ବୋଲି ଜଣାଯାଇଛି । ଏହି ଜୀବାଶ୍ମ ଏବଂ ତାହାର ଲମ୍ବ ପ୍ରାୟ ୮ ମିଟର ବୋଲି ଜଣାଯାଇଛି । ଏହି ଜୀବାଶ୍ମ ପ୍ରାୟ ୧୮୦ ନିୟୁତ ବର୍ଷ ପୁରାତନ ବୋଲି ଜୀବାଶ୍ମବିଜ୍ଞାନୀ ମତ ଦେଇଛନ୍ତି । ଚୀନର ଦକ୍ଷିଣକୁ ୟୁନାନ ପ୍ରଦେଶର ଲୁଫେଙ୍ଗ ସହରରୁ ଏହି ଜୀବାଶ୍ମ ଉଦ୍ଧାର କରାଯାଇଛି । ଲୁଫେଙ୍ଗ ସହରରେ ଏକ ଡାଇନୋସର ଜୀବାଶ୍ମ ମାଟିତଳେ ରହିଥିବା ଆବିଷ୍କାର କରାଯିବା ପରେ ଡାଇନୋସର ଜୀବାଶ୍ମ ସଂରକ୍ଷଣ ଓ ଗବେଷଣା କେନ୍ଦ୍ରର କର୍ମଚାରୀମାନେ ଉକ୍ତ ସ୍ଥାନକୁ ଜରୁରୀକାଳନ ଭିତିରେ ଖନନ କରିଥିଲେ । କାରଣ ଉକ୍ତ ଅଂଚଳ ମୃତିକାକ୍ଷୟ ପ୍ରବଣ ହୋଇଥିବାରୁ ଜୀବାଶ୍ମର ଅବଶିଷ୍ଟ ଅସ୍ଥିଗୁଡିକ କାଳେ ନଷ୍ଟ ହୋଇଯିବ, ସେହି ଆଶଙ୍କାରେ ସେମାନେ ସେଠାରେ ଜରୁରୀକାଳୀନ ଖନନ କରିଥିଲେ । ଉକ୍ତ କେନ୍ଦ୍ରର ମୁଖ୍ୟ ୱାଙ୍ଗ ତାଓ କହିଛନ୍ତି, ଏକ ପ୍ରାୟତଃ ପୂର୍ଣ୍ଣାଙ୍ଗ ଡାଇନୋସର ଜୀବାଶ୍ମ ମିଳିବା ଏକ ବିରଳ ଘଟଣା । ଏହି ଆବିଷ୍କାର ଏକ ଜାତୀୟ ସଂପତି ହୋଇଛି । ଏହା ଏକ ବିଶାଳକାୟ ଡାଇନୋସର ବୋଲି ବିଶ୍ୱାସ କରାଯାଉଛି ଏବଂ ଏହା ଜୁରାସିକ ସମୟର ଆଦ୍ୟ ଭାଗରେ ବଂଚିରହିଥିଲା । ଗବେଷକମାନେ ଏହା ଉପରେ ଅଧିକ ବିଶ୍ଳେଷଣ କରିବା ପରେ ଏହା ‘ଉଲଙ୍ଗ ବୋହେନସିସ’ ପ୍ରଜାତି ବୋଲି କହିଛନ୍ତି, ଯାହାର ଅର୍ଥ ହେଉଛି ‘ଡ୍ୟାନସି ଡ୍ରାଗନ’ । ଏହା ଏକ ପକ୍ଷୀ ଏବଂ ଡାଇନୋସରର ଏକ ଆଶ୍ଚିର୍ଯ୍ୟଜନକ ମିଶ୍ରଣ । ଏହାର ଲାଞ୍ଜ ମଧ୍ୟ ଯଥେଷ୍ଟ ଲମ୍ବା ଏବଂ ଶରୀର ପରରେ ଆଚ୍ଛାଦିନ ଥିଲା ବୋଲି ଜୀବାଶ୍ମବିଜ୍ଞାନୀମାନେ କହିଛନ୍ତି ।

Leave A Reply

Your email address will not be published.

four × four =