ଜୋହାନ୍ସବର୍ଗ: ଭାରତର ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କର ଅଣନାତୁଣୀଙ୍କୁ ଠକେଇ ଓ ଜାଲିଆତି ମାମଲାରେ ଦକ୍ଷିଣ ଆଫ୍ରିକାର ଡର୍ବାନର ଏକ କୋର୍ଟ ୭ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି । ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ କୋର୍ଟ ୬ ମିଲିୟନ୍ ଦକ୍ଷିଣ ଆଫ୍ରିକୀୟ ରାଣ୍ଡ (୩ କୋଟି ୨୨ ଲକ୍ଷ ୮୪ ହଜାର ୪୬୦ ଟଙ୍କା)ର ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ବ୍ୟବସାଇ ଏସଆର ମହରାଜଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା ତେବେ ସେ ଦୋଷୀ ସାବ୍ୟସ୍ତ ହେବା ଓ ଦଣ୍ଡବିଧାନ ବିରୋଧରେ ଅପିଲ କରିବାର ଅନୁମତିକୁ ଖାରଜ କରିଦିଆଯାଇଛି ।