ବର୍ଷାରେ କୋଠା ଭୁଷୁଡି ୧୧ ମୃତ

ମୁମ୍ବଇ: ବର୍ଷାରେ ବେହାଲ ଦେଶର ଆର୍ôଥକ ରାଜଧାନୀ ମୁମ୍ବଇ । ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ଅନେକ ସ୍ଥାନରେ ପାଣି ଜମି ରହିଥିବା ବେଳେ ମୁମ୍ବଇର ମଲାଡ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ୪ ମହଲା କୋଠା ଭୁଷୁଡି ପ୍ରାୟ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଛନ୍ତି । ଏହାସହ ଅନେକ ଲୋକ ଏବେ ମଧ୍ୟ କୋଠା ତଳେ ଦବି ରହିଛନ୍ତି ବୋଲି ଆଶଙ୍କା କରାଯାଉଛି । ଖବର ପାଇ ପୁଲିସ ଓ ଦମକଳ କର୍ମଚାରୀ, ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ୮ ଶିଶୁ ଓ ୩ ବୟସ୍କଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ବିଏମସି କହିବା ଅନୁଯାୟୀ, ଏହି ଭୁଷୁଡି ଥିବା କୋଠା ନିକଟରେ ଆଉ ଏକ କୋଠା ମଧ୍ୟ ଧସି ହୋଇ ରହିଛି । ତାହା ସମ୍ପୂର୍ଣ୍ଣ ଧସି ନଥିଲେ ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ସେଠାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.

three × five =