ବିଶ୍ୱରେ ବଢୁଛନ୍ତି ଶିଶୁ ଶ୍ରମିକ

ନ୍ୟୁୟର୍କ: ଦୁଇ ଦଶନ୍ଧି ମଧ୍ୟରେ ବିଶ୍ୱରେ ପ୍ରଥମ ଥର ପାଇଁ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ କରୋନାଭାଇରସ୍ ସଙ୍କଟ ଆହୁରି ଲକ୍ଷ ଲକ୍ଷ ପିଲାଙ୍କୁ ଶ୍ରମିକ ସଜାଇ ଦେବ ବୋଲି ଗୁରୁବାର ଦିନ ଜାତିସଂଘ କହିଛି ।
ମିଳିତ ରିପୋର୍ଟରେ ‘ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ’ ଏବଂ ଜାତିସଂଘର ଶିଶୁ ଏଜେନ୍‌ସି ‘ୟୁନିସେଫ୍‌’ କହିଛନ୍ତି ଯେ, ୪ ବର୍ଷ ମଧ୍ୟରେ ୮.୪ ନିୟୁତ ବୃଦ୍ଧି ପାଇ ୨୦୨୦ ପ୍ରାରମ୍ଭ ବେଳକୁ ଶିଶୁ ଶ୍ରମିକ ୧୬୦ ନିୟୁତରେ ପହଞ୍ଚିଥିଲା । ୨୦୦୦ ରୁ ୨୦୧୬ ମଧ୍ୟରେ ୯୪ ନିୟୁତ ହ୍ରାସ ପାଇଥିବା ଶିଶୁ ଶ୍ରମିକ ସଂଖ୍ୟା କୋଭିଡ୍‌-୧୯ ମହାମାରୀ ପୂର୍ବରୁ ହିଁ ଏତେ ସଂଖ୍ୟାରେ ବଢ଼ିଯାଇଛି ।
କୋଭିଡ୍‌-୧୯ ସଂକ୍ରମଣ ବିସ୍ତାର ଘଟୁଥିବା ବେଳେ ବିଶ୍ୱବ୍ୟାପୀ ପ୍ରତି ୧୦ଜଣ ପିଲାଙ୍କ ମଧ୍ୟରୁ ଜଣେ ଶିଶୁ ଶ୍ରମିକ ପାଲଟି ଯାଇଥିଲେ । ଉପ-ସାହାରୀୟ ଆଫ୍ରିକାରେ ସର୍ବାଧିକ ଶିଶୁ ଶ୍ରମିକ ବୃଦ୍ଧି ପାଇଥିବା ରିପୋର୍ଟ ହୋଇଛି ।
ସତର୍କ କରାଇ ଜାତିସଂଘ କହିଛି ଯେ, ସମ୍ପ୍ରତି ଦାରିଦ୍ର‌୍ୟ କବଳିତ ହୋଇଚାଲୁଥିବା ବହୁସଂଖ୍ୟକ ପରିବାରଙ୍କୁ ସାହାଯ୍ୟ କରିବା ଲାଗି ଜରୁରୀ ବନ୍ଦୋବସ୍ତ କରା ନ ଗଲେ ଆଗାମୀ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୫୦ ନିୟୁତ ପିଲା ଶ୍ରମିକ ହେବାକୁ ବାଧ୍ୟ ହେବେ ।
‘ୟୁନିସେଫ୍‌’ର ମୁଖ୍ୟ ହେନ୍‌ରିଟା ଫୋର୍ସ ସାମ୍ବାଦିକମାନଙ୍କୁ କହିଛନ୍ତି, ଶିଶୁ ଶ୍ରମିକ ବ୍ୟବସ୍ଥା ଅବସାନ ନିମିତ୍ତ ସଂଗ୍ରାମରେ ଆମେ ପଛଘୁଞ୍ଚା ଦେଉଥିବା ବେଳେ ଏହି ମନ୍ଦ ପରିସ୍ଥିତିକୁ କୋଭିଡ୍‌-୧୯ ସଙ୍କଟ ରସାତଳକୁ ନେଇ ଯାଉଛି । ଦ୍ୱିତୀୟ ବର୍ଷର ବୌଶ୍ୱିକ ‘ଲକ୍‌ଡାଉନ୍‌’, ସ୍କୁଲ୍ ବନ୍ଦ, ଆର୍ôଥକ ବ୍ୟାଘାତ ଏବଂ ଜାତୀୟ ବଜେଟ୍ ସଙ୍କୋଚନ ଯୋଗୁଁ ପରିବାର ସବୁ ଏଭଳି ହୃଦୟ ବିଦାରକ ବିକଳ୍ପ ବ୍ୟବସ୍ଥା ଚୟନ କରିବାକୁ ବାଧ୍ୟ ହେଉଛନ୍ତି ।

Leave A Reply

Your email address will not be published.

two + three =