ରାଜ୍ୟରେ ଥମୁନି ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାରେ ଆଜି ଆଉ ୬,୦୯୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୪୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୬୫୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୧୭ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଆଜି ଦିନକରେ ଆଉ ୪୪ଜଣଙ୍କର ଜୀବନ ଯାଇଛି ।
ଅନୁଗୁଳରୁ ୨୯୫ଜଣ, ବାଲେଶ୍ୱରରୁ ୩୯୨ଜଣ, ବରଗଡ଼ରୁ ୧୦୭ ଜଣ, ଭଦ୍ରକରୁ ୨୪୬ଜଣ, ବଲାଙ୍ଗୀରରୁ ୭୭ ଜଣ, ବୌଦ୍ଧରୁ ୧୩୦ଜଣ, କଟକରୁ ୬୪୭ଜଣ, ଦେବଗଡ଼ରୁ ୨୮ ଜଣ, ଢେଙ୍କାନାଳରୁ ୭୩ଜଣ, ଗଜପତିରୁ ୪୮ ଜଣ, ଗଞ୍ଜାମରୁ ୪୫ ଜଣ, ଜଗତସିଂହପୁରରୁ ୨୨୬ ଜଣ, ଯାଜପୁରରୁ ୪୩୪ ଜଣ, ଝାରସୁଗୁଡ଼ାରୁ ୪୨ ଜଣ, କଳାହାଣ୍ଡିରୁ ୭୭ ଜଣ, କନ୍ଧମାଳରୁ ୧୧୨ ଜଣ, କେନ୍ଦ୍ରାପଡ଼ାରୁ ୨୫୩ଜଣ, କେଉଁଝରରୁ ୧୨୩ଜଣ, ଖୋର୍ଦ୍ଧାରୁ ୧୦୧୭ ଜଣ, କୋରାପୁଟରୁ ୧୨୬ ଜଣ, ମାଲକାନଗିରିରୁ ୮୪ଜଣ, ମୟୁରଭଞ୍ଜରୁ ୨୯୭ଜଣ, ନବରଙ୍ଗପୁରରୁ ୧୪୬ ଜଣ, ନୟାଗଡ଼ରୁ ୧୨୦ଜଣ, ନୂଆପଡ଼ାରୁ ୧୭ ଜଣ, ପୁରୀରୁ ୨୯୧ଜଣ, ରାୟଗଡ଼ାରୁ ୧୨୦ ଜଣ, ସମ୍ୱଲପୁରରୁ ୧୦୧ଜଣ, ସୋନପୁରରୁ ୬୪, ସୁନ୍ଦରଗଡ଼ରୁ ୨୦୮ ଓ ଷ୍ଟେଟ ପୁଲରୁ ୧୫୧କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୮,୩୭,୨୨୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୭,୬୪,୬୭୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୬୯, ୩୩୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।
ରାଜ୍ୟରେ ଥମୁନି କରୋନା ମୃତ୍ୟୁ । ଦିନକରେ ଆଉ ୪୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଫଳରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ହଜାର ୧୬୭ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫, ଅନୁଗୁଳ,ବରଗଡ,କଟକ ଓ ଝାରସୁଗୁଡାରୁ ୪ ଲେଖାଏଁ, (ପୃଷ୍ଠା-୮)

Leave A Reply

Your email address will not be published.

two + eight =