ଲାଲ୍ ବଳୟରେ ୭ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହର କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ ଦୈନଦିନ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁ ନାହିଁ । ଅନ୍ୟପକ୍ଷରେ ଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ ସଂକ୍ରମଣ ୫ହଜାର ତଳକୁ ହ୍ରାସ ପାଇଥିଲା ବେଳେ ସଂକ୍ରମଣ ହାର ୭% ତଳକୁ ଖସିଛି । ମାତ୍ର ୬ଟି ଜିଲ୍ଲା ତଥା ଖୋର୍ଦ୍ଧା, ପୁରୀ, କଟକ, ବାଲେଶ୍ୱର, ମୟୁରଭଞ୍ଜ ଓ ଯାଜପୁରରରେ ସଂକ୍ରମଣର ହାର ୭.୫ଉପରେ ରହିଛି । ଏହି ସମସ୍ତ ଜିଲ୍ଲାରେ ସକ୍ରିୟ ମାମଲା ସଂଖ୍ୟା ୬ହଜାର ଉପରେ ରହିଥିଲା ବେଳେ ଅନ୍ୟ ଜିଲ୍ଲା ଗୁଡିକରେ ସଂକ୍ରମଣ ହାର ୫% ତଳେ ରହିଛି । ରାଜ୍ୟରେ ୩ଟି ପର୍ଯ୍ୟାୟରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ର ଅବଧି ଶେଷ ହେବାକୁ ଆଉ ମାତ୍ର ୨ଦିନ ବାକିଥିବା ବେଳେ ୬ଟି ଜିଲ୍ଲାର ସଂକ୍ରମଣ ହାର ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତେବେ ଏହି ୬ଟି ଜିଲ୍ଲାକୁ ଛାଡି ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ଲକ୍‌ଡାଉନ୍ କଟକଣା କୋହଳ ହେବା ସମ୍ଭାବନା ଉଜ୍ଜଳ ହୋଇଛି ।
ଆଜି ଦିନକରେ ରାଜ୍ୟରେ ୪୩୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୪୭୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୮୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଆଜି ଦିନକରେ ୪୪ଜଣଙ୍କର ମୃତ୍ୟୁ ଘଟିଛି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୨୨୬ ଜଣ, ବାଲେଶ୍ୱରରୁ ୨୯୬ ଜଣ, ବରଗଡ଼ରୁ ୬୮ ଜଣ, ଭଦ୍ରକରୁ ୨୦୯ଜଣ, ବଲାଙ୍ଗୀରରୁ ୫୩ ଜଣ, ବୌଦ୍ଧରୁ ୫୪ ଜଣ, କଟକରୁ ୪୮୦ ଜଣ, ଦେବଗଡ଼ରୁ ୨୬ ଜଣ, ଢେଙ୍କାନାଳରୁ ୧୪୪ ଜଣ, ଗଜପତିରୁ ୩୬ ଜଣ, ଗଞ୍ଜାମରୁ ୨୯ ଜଣ, ଜଗତସିଂହପୁରରୁ ୧୪୩ ଜଣ, ଯାଜପୁରରୁ ୨୦୭ ଜଣ, ଝାରସୁଗୁଡ଼ାରୁ ୧୩ ଜଣ, କଳାହାଣ୍ଡିରୁ ୬୨ ଜଣ, କନ୍ଧମାଳରୁ ୬୨ ଜଣ, କେନ୍ଦ୍ରାପଡ଼ାରୁ ୧୮୧ ଜଣ, କେଉଁଝରରୁ ୯୨ ଜଣ, କୋରାପୁଟରୁ ୬୫ ଜଣ, ମାଲକାନଗିରିରୁ ୫୦ ଜଣ, ମୟୁରଭଞ୍ଜରୁ ୧୫୮ ଜଣ, ନବରଙ୍ଗପୁରରୁ ୭୮ ଜଣ, ନୟାଗଡ଼ରୁ ୧୪୯ ଜଣ, ନୂଆପଡ଼ାରୁ ୧୪ ଜଣ, ପୁରୀରୁ ୨୫୫ ଜଣ, ରାୟଗଡ଼ାରୁ ୬୪ ଜଣ, ସମ୍ୱଲପୁରରୁ ୫୪ଜଣ, ସୋନପୁରରୁ ୮୪, ସୁନ୍ଦରଗଡ଼ରୁ ୧୭୮ ଓ ଷ୍ଟେଟ ପୁଲରୁ ୧୦୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୫୬୧୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୭୯୬୭୯୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୫୫୯୨୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଗତ ୨୪ ଘଣ୍ଟାରେ ୭୭୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ରାଜ୍ୟରେ ୪୪ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହା ଫଳରେ ରାଜ୍ୟର ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୩୪୬କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯ଼ାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ମୃତ୍ୟୁବରଣ କରିଛନ୍ତି ଏହାକୁ ମିଶାଇ ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୫୩୯କୁ ବୃଦ୍ଧି ପାଇଛି । ସେହିପରି କେନ୍ଦୁଝର, କେନ୍ଦ୍ରାପଡ଼ା,ଜଗତସିଂହପୁର, କଟକ, ବରଗଡ଼, ବାଲେଶ୍ୱର, ରାୟଗଡ଼ା, ସୁନ୍ଦରଗଡ଼ ଓ ପୁରୀରୁ ୩ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଅନ୍ୟପକ୍ଷରେ ଅନୁଗୁଳ, କଳାହାଣ୍ଡି ଓ ନୟାଗଡ଼ ଜିଲ୍ଲାରେ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.

eleven − 7 =