ରଜପାଇଁ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭକାମନା

ନୂଆଦିଲ୍ଲୀ: ଓଡିଶାର ଗଣ ପର୍ବ ରଜ ଅବସରରେ ଓଡିଶା ବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରଜର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ ଯୋଗେ କହିଛନ୍ତି, ରଜର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ମଙ୍ଗଳମୟ ଜୀବନ କାମନା କରୁଛି ।
ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟ୍ୱିଟ୍ କରି କହିଛନ୍ତି ଯେ, ଓଡିଶାର ଗଣପର୍ବ ରଜ । ଆଜି ପହିଲି ରଜ । ଚଳିତ ବର୍ଷ କରୋନା ମହାମାରୀ ପାଇଁ ସଭିଁଏ ଘରେ ରହି ଏହାକୁ ପାଳନ କରୁଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ରଜର ଅଭିନନ୍ଦନ ଜଣାଇଛନ୍ତି । ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଅଭିନନ୍ଦନ । ବସୁଧା, ପ୍ରକୃତି ଓ ନାରୀମାନଙ୍କ ମହନୀୟତାକୁ ସମ୍ମାନ ଜଣାଇବାର ଏହା ଆମର ଅନନ୍ୟ ପରମ୍ପରା । କୋଭିଡ ସଙ୍କଟ ସମୟରେ ପରିବାର ଲୋକଙ୍କ ସହ ଘରେ ରହି ଏହାକୁ ପାଳନ କରନ୍ତୁ । ସମସ୍ତଙ୍କ ସଚେତନତା ଓ ସହଯୋଗ, କୋଭିଡ ଯୁଦ୍ଧରେ ଆମକୁ ନିଶ୍ଚୟ ବିଜୟୀ କରିବ ।

Leave A Reply

Your email address will not be published.

ten − six =