ଭୁବନେଶ୍ୱର: ନିକଟରେ ରାଜ୍ୟରେ ଜବତ ହୋଇଥିବା ୧୭୦ ପେଟି ‘ଫାବିପିରାଭିର’ ଔଷଧ ଭେଜାଲ ବୋଲି ଡ୍ରକ୍ସ କଂଟ୍ରୋଲର ଅର୍ନ୍ନଦାଶଙ୍କର ଦାସ କହିଛନ୍ତି ।
ଗଣ ମାଧ୍ୟମକୁ ଏହି ସୂଚନା ଦେଇ ଶ୍ରୀ ଦାସ କହିଛନ୍ତି ଯେ, ଏହି ଔଷଧ ଗୁଡିକ ନକଲି ବୋଲି ପୂର୍ବରୁ ହରିୟାନା ଓ ମହାରାଷ୍ଟ୍ର ସରକାର ସୂଚନା ଦେଇଛନ୍ତି । ତେବେ ମାକ୍ସ ରିଲିଫ୍ ହେଲ୍୍ଥ୍ କେୟାର୍ କମ୍ପାନୀ ଦ୍ୱାରା ଫାବିରପିରାଭିର ଔଷଧ ଉତ୍ପାଦିତ୍ ହେଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ଅନ୍ୟ ୯ପ୍ରକାର ଔଷଧ ମଧ୍ୟ ନକଲି ବୋଲି ପରୀକ୍ଷା ପରେ ଜଣାପଡିଛି । ଏହି କମ୍ପାନୀ ଦ୍ୱାରା ନିର୍ମିତ ସମସ୍ତ ଜବତ ଔଷଧ ନକଲି । ସେହିପରି ଜବତ ହୋଇଥିବା ଭିଟାମିନ୍ ସି ଆଜିଥ୍ରୋ ମାଇସିନ୍’ ମେଡିସିନ୍ ମଧ୍ୟ ନକଲି ବୋଲି ଜଣାପଡିଛି । ଜବତ ଭେଜାଲ ଫାବିପିରାଭିର ଔଷଧରୁ ୪୦, ୬୦୦ ଷ୍ଟ୍ରିପ୍ ଗୋଆଲିୟର ଜାଇଥିବା ବେଳେ ଅନ୍ୟ ସବୁ ଷ୍ଟ୍ରିପ୍ ଜବତ ହୋଇଛି । ଓଡିଶାରେ ଏହି ଔଷଧ ଆଦୋଁ ବ୍ୟବହାର ହୋଇନାହିଁ । ଆବଶ୍ୟକ ହେଲେ ତଦନ୍ତ ଟିମ୍ ୟୁପି ହିମାଞ୍ଚଳ ଗ୍ରସ୍ତ କରିବେ ବୋଲି ସେ ସୂଚନା ଦେଇଛନ୍ତି ।
ପ୍ରକାଶ ଯୋଗ୍ୟ ଯେ, ମହାମାରୀ କରୋନା ଚିକିତ୍ସା ଲାଗି ‘ଫାବିପିରାଭିର’ ଔଷଧ ବ୍ୟବହାର ହୋଇଥାଏ । ଗୋଇନ୍ଦା ସୂତ୍ରରୁ ଖବର ପାଇ ପୋଲିସ ଓ ଭେଷଜ ନିରିକ୍ଷକ ମିଳିତ ଭାବେ କଟକ, ରାଉରକେଲା ସମେତ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଫାବିପିରାଭିର ସହ ୯ପ୍ରକାରର ଔଷଧ ଜବତ କରିଥିଲେ । ଏହି ଘଟଣା ମହାମାରୀ କରୋନା କାଳରେ ଘୋର ଆଲୋଡନ ସୃଷ୍ଟି କରିଥିଲା ।