ପୁରୀରେ ବିମାନବନ୍ଦର ପାଇଁ ସର୍ଭେ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ବିମାନବନ୍ଦର । ପ୍ରତିଷ୍ଠା ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଏକ ୪ଜଣିଆ ସ୍ୱତନ୍ତ୍ର ଟିମ୍ ପ୍ରସ୍ତାବିତ ଅଞ୍ଚଳରେ ବୁଲି ଦେଖିବା ସଙ୍ଗେ ସଙ୍ଗେ ସର୍ଭେ କରିଛନ୍ତି । ଏହି ଟିମ୍ ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ସିପସରୁବାଲି ଓ ପୁରୀ କୋଣାର୍କ ମରାଇନ୍ ଡ୍ରାଇଭ ରାସ୍ତାରେ ଦୁଇଟି ସ୍ଥାନ ବୁଲି ଦେଖିଛନ୍ତି । ଏହି ଟିମ୍‌ର ସର୍ଭେ ବେଳେ ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ସୂଚନା ଯୋଗ୍ୟ ଯେ, ପୁରୀରେ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଗତ ଜାନୁୟାରୀ ମାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଥିଲେ । ତେବେ ପ୍ର୍ରସ୍ଥାବିତ ବିମାନ ବନ୍ଦର ପାଇଁ ରାଜ୍ୟ ସରକାର ଜମି ଚିହ୍ନଟ କରିଥିଲେ । ଆଜି ଭାରତୀୟ ବିମାନ ବନ୍ଦର କତୃପକ୍ଷଙ୍କ ଏକ ୪ଜଣିଆ ଟିମ୍ ଜମି ଦେଖିବା ପରେ ପରବର୍ତ୍ତୀ ରୂପରେଖ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି । ସୂଚନାରୁ ପ୍ରକାଶ, ବିଶ୍ୱମାନଚିତ୍ରରେ ସ୍ଥାନ ପାଇଁ ଶ୍ରୀକ୍ଷେତ୍ର । ପ୍ରତିଦିନ ହଜାର ହଜାର ଭକ୍ତ ଦେଶ ଓ ବିଦେଶରୁ ଶ୍ରୀକ୍ଷେତ୍ର ଆସୁଛନ୍ତି । ସେଥିପାଇଁ ଏହି କ୍ଷେତ୍ରର ବିକାଶ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ଚାରି ପାର୍ଶ୍ୱରେ ସୌନ୍ଦର୍ଯ୍ୟ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି ।

Leave A Reply

Your email address will not be published.

seven − four =